ମହାନଗରମୁଖ୍ୟ ଖବରରାଜ୍ୟ

ଭାରତୀୟ ହକି ଦଳରେ ସାମିଲ ଓଡ଼ିଶାର ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର,୨୧/୨ (ଉତ୍କଳ ସମାଚାର): ରାଜ୍ୟର ହକି ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ନଗଦ ପୁରସ୍କାର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ଓଡ଼ିଶାର କ୍ରୀଡ଼ା ଐତିହ୍ୟକୁ ପରିଚୟ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯିବ I ଚେନ୍ନାଇରେ ଅନୁଷ୍ଠିତ ୨୦୨୩ ପୁରୁଷ ଏସିଆନ ଚାମ୍ପିୟନଶିପ୍ ଟ୍ରଫି ଏବଂ ଝାଡ଼ଖଣ୍ଡରେ ଆୟୋଜିତ ୨୦୨୩ ମହିଳା ଏସିଆନ ଚାମ୍ପିୟନଶିପ୍ ଟ୍ରଫିରେ ଭାରତର ପ୍ରତିନିଧିତ୍ୱ କରୁଥିବା ବେଳେ ଅମିତ ରୋହିଦାସ ଓ ଦୀପଗ୍ରେସ୍ ଏକ୍କାଙ୍କୁ ଯଥାକ୍ରମେ ୩,୭୫,୦୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହେଉଛି ପ୍ରତି ଦୁଇ ବର୍ଷରେ ଆୟୋଜିତ ହେଉଥିବା ଏକ ମହାଦେଶୀୟ ପ୍ରତିଯୋଗିତା । ଓମାନର ମସ୍କଟଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ହକି ୫ଏସ୍ ମହିଳା ବିଶ୍ବକପ୍ ୨୦୨୪ର ପ୍ରଥମ ସଂସ୍କରଣରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଥିବା ମାରିଆନା କୁଜୁର, ଜ୍ୟୋତି ଛତ୍ରୀ ଓ ଅଜମିନା କୁଜୁରଙ୍କୁ ୧୨,୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଫଆଇଏଚ୍ ହକି ବିଶ୍ୱକପ୍ ପ୍ରତି ଚାରି ବର୍ଷରେ ଆୟୋଜନ କରାଯାଏ ।

Leave a Reply

Your email address will not be published. Required fields are marked *