ମହାନଗରମୁଖ୍ୟ ଖବରରାଜ୍ୟ

ବିସ୍ଥାପିତଙ୍କ ଦ୍ୱାରା ଏଡ଼ିଏମ କାର୍ଯ୍ୟାଳୟ ଘେରାଉ

ରାଉରକେଲା ,୨୧/୨(ଉତ୍କଳ ସମାଚାର): ୩୨ ମୌଜା ବିସ୍ଥାପିତ ସଂଘ ଦ୍ୱାରା ରାଉରକେଲା ଅତିରିକ୍ତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।ଏହି ଘେରାଉ ୩୨ ମୌଜା ବିସ୍ଥାପିତ ସଂଘର ଅଧ୍ୟକ୍ଷ ଖଡ଼ା କୁଜୁରଙ୍କ ନେତୃତ୍ୱରେ କରାଯାଇଥିଲା । ପରେ ଏକ ପ୍ରତିନିଧି ମଣ୍ଡଳ ନୂତନ ଏଡ଼ିଏମଙ୍କୁ ଭେଟି ଆରଏସପିରେ ଚାକିରି କୁ ନେଇ ବିଗତ କିଛି ବର୍ଷରୁ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି । ସଂଘ ପକ୍ଷରୁ ବିସ୍ଥାପିତଙ୍କ ଡ଼କ୍ୟୁମେଟଂ ମଧ୍ୟ ଏଡ଼ିଏମ କାର୍ଯ୍ୟାଳୟ ଜରିଆରେ ଆରଏସପିକୁ ପଠାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଜଣେ ବିସ୍ଥାପିତଙ୍କୁ ମଧ୍ୟ ଚାକିରି ପ୍ରଦାନ କରାଯାଇଛି । କେବଳ ପ୍ରତିଶୃତି ଉପରେ ପ୍ରତିଶୃତି ଆରଏସପି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଛି । ୩ ଥର ଆରପିଡ଼ିସି ବୈଠକ ହେବା ସହ ମୁଖ୍ୟମନ୍ତ୍ରୀ ସମେତ ଅନ୍ୟ ରାଜ୍ୟର ମନ୍ତ୍ରୀମାନଙ୍କୁ ସଂଘର ପ୍ରତିନିଧିମାନେ ଭେଟି ସାରିଛନ୍ତି । କିନ୍ତୁ ଚାକିରିକୁ ନେଇ କୌଣସି ଲିଖିତ ପ୍ରତିଶୃତି ଦିଆଯାଇ ନାହିଁ । ଆଜି ଏଡ଼ିଏମ ବିସ୍ଥାପିତ ସଂଘର ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଶୀଘ୍ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଏ ବିଷୟ ପ୍ରତି ଗୁରୁତ୍ୱ ଦେବା ପାଇଁ କହିଥିଲେ । ଅନ୍ୟ ପଟେ ସଂଘ ପକ୍ଷରୁ ଶୀଘ୍ର ଆରପିଡ଼ିସି ବୈଠକ କରି ଏହିସମସ୍ୟାର ସମାଧାନ କିପରି କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଉ । ନଚେତ୍ ବିସ୍ଥାପିତଙ୍କ ଖାଲି ଜମିକୁ ଫେରସ୍ତ କରାଯାଉ । ଆଜି ୭୨ ମୌଜା ବିସ୍ଥାପିତ ସଂଘର ଖଡ଼ା କୁଜୁର, ସଂପାଦକ ପୁରନ ଖାଲକୋ, ଯୁଗ୍ମ ସଂପାଦକ ଯୋଗିଆ କୁଜୁର, ସୁନିତା ମିଞ୍ଜ, ସଫେରିଆ ଆଇନ, ବିଜୟ ଲାକ୍ରା, ଲକ୍ଷ୍ମୀ ଭୂମିଜ, ଅନିଲ ଲାକ୍ରା, ଶଙ୍କର ନାଗ, ଶଙ୍କର ମେହେତୋ, ବସନ୍ତ ଖିଲାର, ଶଙ୍କର ଓରାମ ସମେତ ଶତାଧିକ ବିସ୍ଥାପିତ ଧାରଣାରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *