ମହାନଗରମୁଖ୍ୟ ଖବରରାଜ୍ୟ

କମ୍ଯୁନ୍ ର ରାଉରକେଲା ରେ ପଞ୍ଚମ ଓପନ ମାଇକ ସଭିଙ୍କୁ କଲା ମନ୍ତ୍ରମୁଗ୍ଧ

ରାଉରକେଲା,୨୨/୨ (ଉତ୍କଳ ସମାଚାର):: ଉଦିତ ନଗର ସ୍ଥିତ ଏନ୍.ଏସ୍.ଓ ରେଷ୍ଟ୍ରୋ ରେ କମ୍ଯୁନ୍ ଦ୍ବାରା ପଞ୍ଚମ ଓପନ ମାଇକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଳାକାରମାନଙ୍କ ଦ୍ବାରା ସଙ୍ଗୀତ, କାହାଣୀ, କବିତା ଅତି ସୁନ୍ଦର ଢଙ୍ଗରେ ପରିବେଷଣ କରାଯାଇଥିଲା । ଭାଲେଣ୍ଟାଇନ ସପ୍ତାହ ଅବସରରେ ଶୀର୍ଷକ ଥିଲା ‘ଇଜହାର୍’ । କଳାକାରମାନଙ୍କ ସୁନ୍ଦର ପ୍ରେମ ଭରା ଗୀତ, ଗଳ୍ପ, ସଙ୍ଗୀତ ଉପସ୍ଥିତ ଦର୍ଶକବୃନ୍ଦଙ୍କୁ ମତୁଆଲା କରିଦେଇଥିଲା । କମ୍ଯୁନ୍ ଏସିଆର ଏକ ଜଣାଶୁଣା ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଅଟେ । ଏହା ଦେଶର ବିଭିନ୍ନ ସହରରେ କାର୍ଯ୍ୟକ୍ରମମାନ ଆୟୋଜିତ କରିଥାଏ । ଏସିଆର ସବୁଠାରୁ ବଡ଼ ‘ ସ୍ପୋକନ ଫେଷ୍ଟ ‘ପ୍ରତି ବର୍ଷ ମୁମ୍ବାଇଠାରେ କମ୍ଯୁନ୍ ଦ୍ବାରା ଅନୁଷ୍ଠିତ ହୋଇଥାଏ । ଏଠାରେ ଅନେକ ପ୍ରତିଷ୍ଠିତ କଳାକାରଙ୍କ ସହିତ ନୂତନ ପ୍ରତିଭାଙ୍କୁ ମଧ୍ଯ ସୁଯୋଗ ଦିଆଯାଏ । କମ୍ଯୁନ୍ ର ସହ ପ୍ରତିଷ୍ଠାତା ରୋଶନ ଆବାସଙ୍କର ସ୍ବପ୍ନ ଥିଲା ଦେଶର ବିଭିନ୍ନ ପ୍ରାନ୍ତରେ ଏହାର ପ୍ରଚାର ଓ ପ୍ରସାର ଦ୍ବାରା କଳାକାରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟୁ ଏବଂ ଧିରେ ଧିରେ ଏହା ଲୋକଙ୍କ ମଧ୍ଯରେ ଆଦୃତ ହେବାରେ ଲାଗିଛି । ଗତବର୍ଷ ହକି ବିଶ୍ବକପ ଅବସରରେ ଆୟୋଜିତ ‘ରାଉରକେଲା ଫେଷ୍ଟ’ ରେ କମ୍ଯୁନ୍ କୁ ଓଟିଡିସି ତରଫରୁ ଆମନ୍ତ୍ରଣ କରାଯାଇଥିଲା । ଏଠାରେ ସେତେବେଳେ ଅନେକ ପ୍ରସିଦ୍ଧ କଳାକାରମାନଙ୍କ ସହିତ ସ୍ଥାନୀୟ କଳାକାରମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *