ମହାନଗରମୁଖ୍ୟ ଖବରରାଜ୍ୟ

ଅନୁଗୁଳ ସିଟିଜେନ ପକ୍ଷରୁ ପ୍ରାଇଡ ଫର ପବିତ୍ର ମୋହନ  ସର୍ବ ଭାରତୀୟ ଭଲିବଲ କପ 2024 

ଅନୁଗୁଳ,୨୩/୨ (ଉତ୍କଳ ସମାଚାର):: ଅନୁଗୁଳ ସିଟିଜେନ ପକ୍ଷରୁ (ପ୍ରାଇଡ ଫର୍ ପାବିତ୍ରମୋହନ) ସର୍ବଭରତୀୟ ଭଲିବଲ କପ  ୨୦୨୪ ଅନୁଷ୍ଠିତ ହେବ | ଦୁଇଦିନ ଧରି ଆସନ୍ତା  ଫେବୃୟାରୀ ୨୪ ଓ ୨୫ ତାରିଖରେ ବାସନ୍ତୀ ଦୁର୍ଗାପୂଜା ପଡିଆ ଠାରେ ଏହି ଭଲିବଲ କପ  ଅନୁଷ୍ଠିତ ହେବ | ପ୍ରଥମ ଦିନରେ ଅନୁଗୋଳ ଜିଲ୍ଲା ତଥା ରାଜ୍ୟରୁ ୮ ଟି ଟିମ ଅଂଶ ଗ୍ରହଣ କରିବେ | ଦ୍ଵିତୀୟ ଦିନ ସର୍ବ ଭାରତୀୟ ସ୍ତରରୁ ୪ ଟି ଟିମ ରାଇଗଡ଼, ବିଲାଶ ପୁର ରେଳବାଇ, ଆନ୍ଧ୍ରପ୍ରଦେଶ ଓ ଓଡିଶା ର ରାଇଯିଂ କ୍ଲବ ସାମିଲ ହେବେ | ପ୍ରଥମ ଦିନରେ ବିଜେତା ଙ୍କୁ ଟ୍ରଫି ସହ ୧୨୦୦୧ ଟଙ୍କା ଓ ରନର୍ସ ଅପ ଙ୍କୁ ୮୦୦୧ଟଙ୍କା ପ୍ରଦାନ କରାଯିବ | ଦ୍ଵିତୀୟ ଦିନରେ ବିଜେତା ଙ୍କୁ ଟ୍ରଫି ସହ ୩୦୦୦୧ ଟଙ୍କା ଓ ରନର୍ସ ଅପ ଙ୍କୁ ୨୫୦୦୧ ଟଙ୍କା ପ୍ରଦାନ କରାଯିବ |ଉଦଘାଟନି ଉତ୍ସବରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି |  ଉଦଯାପନୀ  ଦିବସରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସହ ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରମୁଖ  ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି |ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ସିଟିଜେନ ର ସଭାପତି ଦୀପକ ରାଉଳ, ଉପଦେଷ୍ଟା ମାନସ ରଞ୍ଜନ ମିଶ୍ର, ମୁଖ୍ୟ ଅତିଥି ଭାବେ   ଅନୁଗୁଳ ପୌରପାଳିକା ନଗର ପାଳ ଅକ୍ଷୟ ସାମନ୍ତ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ସମାଜସେବୀ ସୁନୀଲ ପ୍ରଧାନ ଉପସ୍ଥିତ ରହି ଅନୁଷ୍ଠାନ ର ଏକ ଜର୍ସି ଉନ୍ମୋଚନ କରିଥିଲେ | ଅତିଥି ମାନେ କହିଥିଲେ ସମସ୍ତଙ୍କ ସକ୍ରିୟ ସହଯୋଗ ହେଲେ ଏହି ଅନୁଷ୍ଠାନ ଆଗକୁ ବଢ଼ିପାରିବ ଓ ଆସନ୍ତା ବର୍ଷ ମାନଙ୍କରେ ପୁନର୍ବାର ଏହିପରି ଆୟୋଜନ ହେଇ ପାରିବ।

Leave a Reply

Your email address will not be published. Required fields are marked *