ଅପରାଧମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ଟ୍ରକ ତଳେ ସ୍କୁଟି ଆରୋହୀ ଗୁରୁତ୍ୱର 

ରାଜଗାଙ୍ଗପୁର //24/2/24//(ଉତ୍କଳ ସମାଚାର) //ରାଜଗାଙ୍ଗପୁର ସ୍ଥିତ ଲିପଲୋଇ ବ୍ରିଜ଼ ନିକଟରେ ସ୍କୁଟି ଉପରେ ଚଢି ଗଲା ଟ୍ରକ ଘଟଣା ସ୍ଥଳ ରେ ସ୍କୁଟି ଚାଳକ ଗୁରୁତ୍ୱର ଆହତ ହୋଇ ଥିବା ଜଣା ଯାଇଛି ଳବିଶେଷ ସୂତ୍ରରୁ ଜଣା ପଡିଛି ଯେ ଆଜି 4ଟା ସମୟରେ ଯାମପଲ୍ଲୀ ସ୍ଥିତ ରାଜ୍ୟ ପଥ 10 ଦେଇ କୌଣସି କାର୍ଯ୍ୟ ରେ ବଗିଚା ପଡା ନିବାସୀ ଅଜୟ ତିୱାରୀ ପିତା ବିଶ୍ୱନାଥ ତିୱାରି  ସ୍କୁଟି ନମ୍ବର ଓଡି 16ଯେ 7629ରେ ଘରକୁ ଫେରୁଥିବା ବେଳେ ଲିପଲୋଇ ବ୍ରିଜ଼ ନିକଟର ପଛ ପଟୁ ଟ୍ରକ ନମ୍ବର ଜି ସି 04ପି ସି 5177 ସ୍କୁଟି କୁ ଧକ୍କା ଦେଇଥିବା ପରେ ଅଜୟ କିଛି ଦୂର ଫୋପାଡି ହୋଇ ଗୁରୁତ୍ୱର ଆହତ ଅବସ୍ଥାରେ  ତଳେ ପଡି ଯାଇଥିଲେ ଳଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା ସ୍ଥାନୀୟ ଲୋକ ଗୁରୁତ୍ୱର ଅବସ୍ଥାରେ ପଡିରହିଥିବା ଅଜୟ ତିୱାରୀ ଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ସହ ଟ୍ରକ କୁ ଜବତ କରି ଥିବା ଜଣା ପଡିଚି ଅଜୟ ଗୁରୁତର ଆହତ ଯୋଗୁଁ ତାଙ୍କୁ ରାଉରକେଲା ଆର ଜି ହେଚ କୁ ସ୍ଥାନାନ୍ତର କରିଥିବା ଜଣା ପଡିଛି ଳପୋଲିସ ଟ୍ରକ ଡ୍ରାଇଭର କୁ ଅଟକ ରଖି ତଦନ୍ତ କରୁଥିବା ଜଣା ଯାଇଛି

Leave a Reply

Your email address will not be published. Required fields are marked *