Uncategorized

ମା’ ସମଲେଶ୍ୱରୀ କ୍ରିକେଟ୍ ଟୁର୍ନାମେଣ୍ଟ, ସ୍ୱର୍ଣ୍ଣା କୁ ହରାଇ ବରହାକାନି ଚମ୍ପିୟାନ I


ସମ୍ବଲପୁର,୨୭/୦୩(ଉତ୍କଳ ସମାଚାର),(ସରୋଜ ସାହୁ): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ପଟୁଆବାହାଲ ଠାରେ ଲିଙ୍କ ଇନ୍ ପାର୍କ କ୍ରିକେଟ କ୍ଳବ ପଡିଆବାହାଲ ପକ୍ଷରୁ ଅନୁଷ୍ଠିତ ପ୍ରଥମ ପଞ୍ଚଦୀବସୀୟ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି I ଆଜିକାର ଫାଇନାଲ ମ୍ୟାଚ ରେ ୫୫ ରନ୍ ରେ ବରହାକାନି (ଝାରସୁଗୁଡା) ଦଳ ସ୍ଵର୍ଣ୍ଣା (ବରଗଡ) ଦଳ କୁ ହରାଇ ଚମ୍ପିୟାନ କପ୍ ହାସଲ କରିଛନ୍ତି I ଏହି ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ଵିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର , ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ଦେବାନନ୍ଦ ଭୋସାଗର, ପୂର୍ବତନ ସରପଞ୍ଚ ସଂଜିପ ନାଥ, ଅଲେଖ ଦେହୁରୀ, ଇସମାଇଲ ଆଜାଦ ବଢ଼େଇ, ଭକ୍ତ ଦାସ ପ୍ରମୁଖ ଯୋଗଦାନ କରି ବିଜେତା ଓ ଉପ ବିଜେତା ଙ୍କୁ ପୁରସ୍କାର ବିତରଣ କରିଥିଲେ I ପ୍ରଥମେ ବ୍ୟାଟିଂ କରି ବରହାକାନି ଦଳ ନିର୍ଦ୍ଧାରିତ ୯ ଓଭରରେ ୪ ୱାଇକେଟ୍ ବିନିମୟ ରେ ୧୧୨ ରନ୍ ସଂଗ୍ରହ କରିଥିଲେ I ସ୍ବର୍ଣ୍ଣI ଦଳ ୫ ୱାଇକେଟ୍ ହରାଇ ନିର୍ଦ୍ଧାରିତ ୯ ଓଭର ରେ ୫୭ ରନ୍ କରିଥିଲେ I ଏହି ଖେଳ କୁ ଅମ୍ପାୟାର ଭାବେ କରନ ନାଗ ଏବଂ ଅରବିନ୍ଦ ପୁରୋହିତ ପରିଚାଳନା କରିଥିଲେ I ରାହୁଲ ମହାକୁଳ ଧାରା ବିବରଣୀ ପ୍ରଦାନ କରିଥିଲେ I କ୍ଳବ ର ସୁମନ୍ତ ନାୟକ, କାହ୍ନI ମହାପାତ୍ର, କରନ ନାଗ, ଜିତେନ୍ ଷଣ୍ଢ, ରୋହନ ରଣବିଡା, ଅଂଶୁମାନ ପୂଜାରୀ, ଦୁଃଖନ ଭୋଇ ତଥା ସଦସ୍ୟ ମାନେ ଏହି ଟୁର୍ନାମେଣ୍ଟ ରେ ସକ୍ରୀୟ ସହଯୋଗ କରିଥିଲେ I ଟୁର୍ନାମେଣ୍ଟ ରେ ସମୁଦାୟ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ I ବିଜେତା ଦଳ କୁ ଟ୍ରଫି ସହ ନଗଦ ରାଶି ୧୮ ହଜାର ଟଙ୍କା ଏବଂ ଉପ ବିଜେତା ଦଳ କୁ ଟ୍ରଫି ସହିତ ନଗଦ ରାଶି ୧୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା I//

Leave a Reply

Your email address will not be published. Required fields are marked *