Uncategorized

ଡାକ୍ତରଖାନାରୁ ପ୍ରସନ୍ନଙ୍କ ବାର୍ତ୍ତା,ମୁଁ ଖୁବ୍ ଶୀଘ୍ର ଫେରୁଛି

ସମ୍ବଲପୁର,୨୮/୦୩(ଉତ୍କଳ ସମାଚାର),(ସରୋଜ ସାହୁ): ଆକସ୍ମିକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥ‌ିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଶୀଘ୍ର ନିଜ କାର୍ଯ୍ୟ କ୍ଷେତ୍ରକୁ ଫେରୁଛନ୍ତି ବୋଲି ବାର୍ତ୍ତା ଦେଇଛନ୍ତି I ଡାକ୍ତରଖାନା ଶଯ୍ୟାରେ ଥାଇ ସେ ସାମାଜିକ ଗଣମାଧ୍ଯମ ମାଧ୍ଯମରେ ବାର୍ତ୍ତା ଦେଇଛନ୍ତି ଯେ ଆପଣ’ ସମସ୍ତଙ୍କ ଭଲ ପାଇବା ଓ ଶୁଭେଚ୍ଛା ରୁ ମୁଁ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି I ବର୍ତ୍ତମାନ ମାଁ ସମଲେଇ ପ୍ରଭୁ ପଞ୍ଚଖଣ୍ଡା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛି ଓ ଖୁବ୍ ଶୀଘ୍ର ଆପଣମାନଙ୍କ ନିକଟକୁ ଫେରୁଛି I ପ୍ରକାଶଯୋଗ୍ୟ ଯେ ଶ୍ରୀ ଆଚାର୍ଯ୍ୟ ନିଜର ପୁରୁଣା ନିର୍ବାଚନ ମଣ୍ଡଳୀ ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରତିଦୃଦ୍ବିତା କରିବା ପାଇଁ ଦମରେ ଲାଗିଛନ୍ତି I ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକସମ୍ପର୍କ ରକ୍ଷା କରି ଆସୁଛନ୍ତି I ହେଲେ କିନ୍ତୁ ଗତ ମାର୍ଚ୍ଚ ୧୪ ତାରିଖରେ ବିଜେଡିର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଭୁବନେଶ୍ବରରୁ ବରଗଡ଼କୁ ଫେରୁଥିବାବେଳେ ବିଳମ୍ବିତ ରାତିରେ ସେଇ ରେଢ଼ାଖୋଲ ଅଞ୍ଚଳରେ ହିଁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ I ସେ ଗତ ୧୩ ଦିନ ହେଲା ଭୁବନେଶ୍ଵରରେ ଟିକିତ୍ସିତ ହେଉଛନ୍ତି ଓ ଖୁବ ଶୀଘ୍ର କାର୍ଯ୍ୟକ୍ଷେତ୍ରକୁ ଫେରୁଥିବା ସମ୍ପର୍କରେ ସଙ୍କେତ ଦେଇଛନ୍ତି I ଏଭଳି ସମୟରେ ପ୍ରସନ୍ନ ଖୁବ ଶୀଘ୍ର ଫେରୁଛି ବୋଲି ସଙ୍କେତ ଦେବା ରାଜନୈତିକ ଦୃଷ୍ଟିକୋଣରୁ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି I

Leave a Reply

Your email address will not be published. Required fields are marked *