Uncategorized

ଝରଝରାର ପ୍ରସ୍ତୁତି ବୈଠକ

ରାଜଗାଙ୍ଗପୁର, ୨୯/୩ (ଉତ୍କଳ ସମାଚାର): ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ର କଳା ଓ ସଂସ୍କୃତି, ପରମ୍ପରା,  ସାଂସ୍କୃତିକ ଧାରା କୁ ରାଜଗାଙ୍ଗପୁର ପୂର୍ବତନ ଝରଝରା ନାମକୁ ସ୍ମରଣ କରି ଝର ଝରା  ୨୦୦୮ ଠାରୁ ଆରମ୍ଭ କରାଯାଇ ଥିଲା   ରାଜଗାଙ୍ଗପୁର ଅଞ୍ଚଳ ର ସାଂସ୍କୃତିକ କଳା ପାରିମ୍ପରିକ ନୃତ୍ୟ ସଙ୍ଗୀତ କୁ ଉଜାଗାର କରିବା ଉଦେଶ୍ୟ ରେ ଏହି ପର୍ବ ଝରଝରା 16 ବର୍ଷ ଧରି ପ୍ରଚଳିତ ହୋଇ ଆସୁ ଅଛି  ଚଳତି ବର୍ଷ କିପରି ଝରଝରା 2024 କୁ ପାଳନ କରାଯିବ ତାର  ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ  ଅନୁଷ୍ଠିତ ହୋଇଥିଲା ତାହା ସହ ଝରଝରା ୨୦୨୩ ର ସ୍ମରଣୀକା  ଉନ୍ମୋଚନ କରା ଯାଇ ଥିଲା କମିଟିର  ସାଧାରଣ ସମ୍ପାଦକ ଅଶୋକ ଦାସ  ଙ୍କ ଆହ୍ୱାନ କର୍ମେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା lଏହି ବୈଠକରେ ରାଜଗାଙ୍ଗପୁର  ଥାନା ପ୍ରଭାରୀ ମନୋରଞ୍ଜନ ପ୍ରଧାନ କମିଟିର ସଭାପତି ମୋହନ ଲାଲ ଅଗ୍ରୱାଲ କାର୍ଯ୍ୟକାରି ସଭାପତି ଆନନ୍ଦ କୁମାର ଅଗ୍ରୱାଲ କୋଷାଧକ୍ଷ ପବନ କୁମାର ଗଡୋଡ଼ିଆ ଝର ଝରା କମିଟି ସଦସ୍ୟ ମଧ୍ୟରୁ ପଦ୍ମ ଲାଭ ସାମଲ,  ବୀରେନ୍ଦ୍ର କୁମାର ରଥ , ଜିତୁ ଦାସ, ଅରୁଣ କୁମାର ସାମଲ, ଦେବ ରଂଜନ ବିନୋଦ, ପୂର୍ଣ୍ଣ ଚନ୍ଦ୍ରପାଢ଼ୀ, ,ଅମରେଶ ପଣ୍ଡା,ଶୁଶିଲ ଲାକ୍ରା, ଇଫତକାର ଅହମଦ, ଜାଫର ମୋବିନ ଅହମ୍ମଦ, ଶଶୀରେଖ ସାମଲ ପ୍ରମୁଖ  ଆଗାମୀ ଝର ଝରା ମହୋତ୍ସବ କିପରି ଶାନ୍ତି ଶୃଙ୍ଘଳା ରେ ପାଳନ କରାଯାଇ ପାରିବ ତା ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ l ରାଜଗାଙ୍ଗପୁର ଜନସାଧାରଣ ବିଭିନ୍ନ ରାଜନୀତିକ ଦଳ ସଦସ୍ୟ ବିଭିନ୍ନ ସମ୍ପ୍ରଦାୟ ର ବ୍ୟକ୍ତି ଉପସ୍ଥିତ ଥିଲେ।୨୦୨୪ ଝର ଝରା କିଭଳି ଭାବରେ ଆହୁରି ଧୁମ୍ ଧାମ ର ସହ ପାଳନ କରିବା ଓ ଶାନ୍ତି ଶୃଙ୍ଗଳା ରକ୍ଷା କରିବା ଉପରେ ଆଲୋଚନ କରା ଯାଇଥିଲା l ଶେଷରେ ଅମ୍ବିକା ପ୍ରସନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *