Uncategorized

ଶ୍ରୀରାମଚନ୍ଦ୍ର ନିଷ୍ଠା, ସୁଶାସନ ଓ କର୍ତ୍ତବ୍ୟବୋଧର ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୧୮/୪ (ଉତ୍କଳ ସମାଚାର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ଶ୍ରୀରାମ ନବମୀ ଅବସରରେ ରାଜ୍ୟ ଓ ଦେଶବାସୀଙ୍କୁ ଏହି ଦିନର ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରର ବିଭିନ୍ନ ଶ୍ରୀରାମ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।  ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଦିନ ପ୍ରତ୍ୟେକଙ୍କ ପାଇଁ ଏକ ଖୁସିର ଦିନ । ୫୦୦ ବର୍ଷର ସଂଘର୍ଷ ଓ ଅପେକ୍ଷା ପରେ ଆଜି ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିରରେ ଶ୍ରୀରାମ ନବମୀ ପାଳନ କରାଯାଉଛି । ସମଗ୍ର ଦେଶ ରାମମୟ ଇଉଠିଥିବା ବେଳେ ସବୁଠି ଖୁସି ଓ ଉତ୍ସାହ ଦେଖାଯାଇଛି । ରାମଲାଲାଙ୍କ ଅଦ୍ଭୂତ ସୂର୍ଯ୍ୟ ତିଲକ ଦେଶବାସୀଙ୍କୁ ଅଲୌକିକ ଅବସର ସହ ଅଭିଭୂତ କରିଛି । ଏହି ଅବସରରେ ରାମ-ସମର୍ପଣ ଭାବ ରାଷ୍ଟ୍ର-ସମର୍ପଣରେ ଯୋଡ଼ି ଦେଇ ଦେଶ ନିର୍ମାଣରେ ଆଗେଇ ଆସିବା ପାଇଁ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ନିଷ୍ଠା, ସୁଶାସନ ଓ କର୍ତ୍ତବ୍ୟବୋଧର ପ୍ରତୀକ ବୋଲି କହିବା ସହ ରାଜ୍ୟ ତଥା ଦେଶବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ ପାଇଁ ରାମଲାଲାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶ୍ରୀ ପ୍ରଧାନ । ରାମ ନବମୀର ପବିତ୍ର ଅବସରରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଦାନିପାଲି ଓ ଗାୟତ୍ରୀ ମନ୍ଦିର ପରିସରରେ ଥିବା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ବୁର୍ଲା ସ୍ଥିତ ଇସ୍କନ ମନ୍ଦିରରେ ଭଗବାନ ଶ୍ରୀ ରାମଙ୍କ ଆରାଧନା କରିବା ସହ କିର୍ବା ଠାରେ ନାମଯଜ୍ଞରେ ସାମିଲ ହୋଇଥିଲେ । ସେହିପରି ଠେମରାସ୍ଥିତ ରାମଚଣ୍ଡୀ ମନ୍ଦିରରେ ଆୟୋଜିତ ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦେଇ ଦେବୀକୃପା ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *