Uncategorized

ରାମନବମୀକୁ ନେଇ ସେକ୍ଟରରୁ ବାହାରିଲା ଆଖଡ଼ା ଶୋଭାଯାତ୍ରା

ରାଉରକେଲା, ୧୭/୪ (ଉତ୍କଳ ସମାଚାର) :ଆଜି ଇସ୍ପାତ ଅଚଂଳରୁ ବିଭିନ୍ନ ଆଖଡ଼ା କମିଟି ପକ୍ଷରୁ ରାମନବମୀକୁ ନେଇ ବିଶାଳ ଶୋଭାଯାତ୍ରା ସହ ଖେଳାଳୀମାନେ ଖେଳ ପ୍ରଦର୍ଶନ କରିଥିଲେ । ବିଶେଷ କରି ଲାଠି ଖେଳ ସହ ଅନ୍ୟାନ୍ୟ ଖେଳ ଖେଳାଳୀମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଯାହାକୁ ଦେଖିବା ପାଇଁ ସେକ୍ଟର ଅଚଂଳରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଆଜି ସେକ୍ଟର-୧୬ ଧୋବା ଘାଟ ବୀର ବଜରଙ୍ଗୀ ଆଖଡ଼ା ସମେତ ସେକ୍ଟର-୧୬ ଶିବ ମନ୍ଦିର ଆଖଡ଼ା କମିଟି ସମେତ ଅନ୍ୟାନ୍ୟ ଆଖଡ଼ା କମିଟି ପକ୍ଷରୁ ରାମ ନବମୀକୁ ନେଇ ମଧ୍ୟାହ୍ନ ୩ ଟାରେ ଶୋଭାଯାତ୍ରା ବାହାରିଥିଲା । ସେକ୍ଟର-୧୬ ରୁ ବାହାରି ସେକ୍ଟର ଅଚଂଳର ପରିକ୍ରମା କରିବା ପରେ ନିଜ ନିଜ ଆଖଡ଼ାରେ ଶାନ୍ତି ଶୃଙ୍ଖଳା ସହ ଶୋଭାଯାତ୍ରା ପହଚିଥିଲା । ଆଜିର ଏହି ଶୋଭାଯାତ୍ରାରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସହ ବିଧାୟକ ଆଶାୟୀ ପ୍ରାର୍ଥୀ ପ୍ରଫୁଲ୍ଲ ସୁନାନୀ, ପ୍ରଶାନ୍ତ ସେଠୀ, ଦୁର୍ଗା ତନ୍ତୀ, ଙ୍କ ସହ ଅନ୍ୟାନ୍ୟ ନେତା ଗଣମାନ୍ୟ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *