Uncategorized

ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ପ୍ରାକ ନିର୍ବାଚନୀ ଚଢାଉ 

ଅନୁଗୁଳ,୨୦/୪ (ଉତ୍କଳ ସମାଚାର): ନିର୍ବାଚନ ଅବ୍ୟବହିତ ପୂର୍ବରୁ ଅନୁଗୁଳ  ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ଦାଗୀ ,ଡକାୟତି , ରାହାଜାନି ଓ ସନ୍ଦିଗ୍ଧ ଙ୍କ ଗତି ବିଧି ଉପରେ ନଜର ରଖାଯିବା  ସଙ୍ଗେ ସଙ୍ଗେ ସାନ୍ଧ୍ୟ ଓ ରାତ୍ର କାଳୀନ ପେଟ୍ରୋଲିଂ ବ୍ୟବସ୍ଥା କୁ କଡା କଡ଼ି କରାଯାଇଅଛି | ଗୁରୁବାର ସନ୍ଧ୍ୟାକାଳୀନ ପେଟ୍ରୋଲିଂ ସମୟରେ ଅନୁଗୁଳ ଜିଲ୍ଲାର ସମଗ୍ର ଥାନା ମାନଙ୍କର ସାମୁହିକ ଚଢାଉ କରାଯାଇ ସମୁଦାୟ ୧୭ ଗୋଟି  ଅବକାରୀ ମାମଲା ବିଭିନ୍ନ ଥାନା ମାନଙ୍କରେ ରୁଜୁ କରାଯାଇ ୧୭  ଜଣ ମୁଦାଲାଙ୍କୁ ଗିରଫ କରାଯାଇଛି | ସେମାନଙ୍କ ଠାରୁ ବିଦେଶୀ ମଦ ୨୬୪.୯୫ ଲିଟର,  ଆଇ ଡି ଲିକର ୨୮. ୫ ଲିଟର ଓ ଓ ଏସ ଲୀକର ୧୧୪. ୮ ଲିଟର ଜବତ କରାଯିବା ସହ ସେମାନଙ୍କର   ବେଆଇନ  ମଦ କାରବାରରେ ବ୍ୟବହୃତ ଫ୍ରିଜ ଏବଂ ଅନ୍ୟାନ୍ୟ  ଜିନିଷ ଗୁଡିକୁ ମଧ୍ୟ ଜବତ କରାଯାଇଅଛି | ଏତତ   ବ୍ୟତୀତ ରାତ୍ର ପେଟ୍ରୋଲିଂ ସମୟରେ ସମଗ୍ର ଜିଲ୍ଲା ର ଥିବା ହୋଟେଲ , ଲଜ, ଗୁଡିକୁ ମଧ୍ୟ ଯାଞ୍ଚ କରାଯାଇଥିଲା ଓ ହୋଟେଲ ମାଲିକ ମାନଙ୍କୁ  ସରାଇ ଆକ୍ଟ  ଅନୁଯାୟୀ ତାଙ୍କର ନିଜ ନିଜ ଥାନା ମାନଙ୍କରେ ଅକୁପାଣ୍ଟ ଚାର୍ଟ ପ୍ରତ୍ୟହ ଦେବା ନିମନ୍ତେ ନିର୍ଦ୍ଧେଶ ଦିଆଯାଇଅଛି | ଏହା ସହିତ ୱାରେଣ୍ଟ ଡ୍ରାଇଭ କରାଯାଇ ୦୬ ଜଣ ୱାରେଣ୍ଟି କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଅଛି ।

Leave a Reply

Your email address will not be published. Required fields are marked *