Uncategorized

ରାଉରକେଲା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ନେତୃତ୍ବରେ ବିଜେପିରେ ଯୋଗଦେଲେ ସହସ୍ରାଧିକ ସମର୍ଥକ

ରାଉରକେଲା,୨୩/୪ (ଉତ୍କଳ ସମାଚାର): ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବାସଭବନ କଲ୍ଯାଣୀ ଠାରେ ରାଉରକେଲାର ଟିମ୍ବର କଲୋନୀ, ପାନପୋଷ, ଗଂଗାଧରପାଲ୍ଲୀ, ବନ୍ଧମୁଣ୍ଡା ଏବଂ ରାଜଗାଙ୍ଗପୁର ଅଞ୍ଚଳର ବହୁ ସଂଖ୍ୟାରେ ବିଜେଡି କର୍ମୀ ପ୍ରକାଶ ମହାନ୍ତି, ମଧୁ ବେହେରା, ଶୁକ୍ରୁ ବିଭାର, ମହିଳା ନେତ୍ରୀ ମିନତୀ ଦେବତା, ନରସିଂହ ମିଞ୍ଜଙ୍କ ନେତୃତ୍ବରେ ଏବଂ ଦିଲ୍ଲିପ ରାୟଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ସହିତ ରାଉରକେଲା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଲକ୍ଷାଧିକ ଭୋଟ ବ୍ଯବଧାନରେ ଜିତାଇବାକୁ ସଂକଳ୍ପ ନେଇଥିଲେ। ପ୍ରାର୍ଥୀ ଦିଲ୍ଲୀପ ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଉରକେଲା ସହରରେ ରାସ୍ତା ଓ ଆଲୋକ ବ୍ଯବସ୍ଥା ଭଲ ହୋଇଥିଲେ ମଧ୍ଯ ଆଭ୍ଯନ୍ତରୀଣ ଅଞ୍ଚଳରେ ରାସ୍ତାଘାଟ, ନାଳନର୍ଦ୍ଦମା ଏବଂ ନିଯୁକ୍ତି କ୍ଷେତ୍ରରେ ରାଉରକେଲା ବହୁ ପଛରେ ପଡିଯାଇଛି। ନିର୍ବାଚନରେ ସେ ବିଜୟଲାଭ କଲେ ରାଉରକେଲାର ଉନ୍ନତି ପ୍ରତି ବିଶେଷ ଧ୍ୟାନ ଦେବା ସହିତ ଏହି ସମସ୍ତ ବିଷୟ ପ୍ରତି ଅଧିକ ଧ୍ୟାନ ଦେବେ।

Leave a Reply

Your email address will not be published. Required fields are marked *