Uncategorized

ଚୈତ୍ର ପୂର୍ଣ୍ଣିମା ଖଡି ଶାହରୁଲ ପର୍ବ ଅବସରରେ ପୂଜାର୍ଚ୍ଚନା

ରାଉରକେଲା,୨୩/୪ (ଉତ୍କଳ ସମାଚାର): ସହରର ରାଉରକେଲା ସରକାରୀ ଡାକ୍ତରଖାନା ନିକଟସ୍ଥ ଦୁର୍ଗାପୁର ମୌଜା ଅନ୍ତର୍ଗତ ପଢାବେର୍ଣ୍ଣା ଡାଇନମରା ସାରନା ଠାକୁରାଣୀଙ୍କ ପୀଠ ସ୍ଥଳୀରେ କମିଟିର ପଦାଧିକାରୀଙ୍କ ଦ୍ବାରା ପୂଜାଅର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଶାହରୁଲ ଫୁଲ, ନୂଆ ଧାନ, ଫଳ ଅର୍ପଣ କରାଯାଇ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପାହାନଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଚମରା ଓରାମ, ଖରଗା ଓରାମ, ଗହନୁ ଓରାମ, ମଙ୍ଗଲ ଓରାମ, ଅମରନାଥ ଓରାମ, ଫାଗୁ ଓରାମ, ଲାଖୋଁ ଓରାମ, ଗଜେନ୍ଦ୍ର ତିର୍କୀ, ଗୌତମ ଟପ୍ପୋଙ୍କ ସମେତ ସମାଜର ଶହ ଶହ ଲୋକ ଏଥିରେ ଯୋଗ ଦେଇଥିଲେ। ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ପାରମ୍ପରିକ ବାଦ୍ଯ ସହିତ ଲୋରେଟୋ ଇଂଲିସ୍ ସ୍କୁଲ ସମ୍ମୁଖରୁ ବାହାରି ମୁଖ୍ୟ ରାସ୍ତା ଦେଇ ଓରାମପଡା ଠାରେ ପହଞ୍ଚିଥିଲା। ଶୋଭାଯାତ୍ରା ପହଞ୍ଚିବା ପରେ ଶୋଭାଯାତ୍ରାରେ ସମ୍ପୃକ୍ତ ଥିବା ଲୋକମାନଙ୍କୁ ମହିଳାମାନେ ସର୍ବତ୍ ପିଆଇବା ସହିତ ସ୍ୱାଗତ କରାଯାଇଥିଲା। ଆଜି ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ସ୍ଥାନରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଆଜି ଚୈତ୍ର ପୂର୍ଣ୍ଣିମା, ସାରହୁଲ ପୂଜାକୁ ନେଇ ପୂଜା ସ୍ଥଳରେ ଭିଡ ଦେଖାଯାଇଥିଲା। ସନ୍ଧ୍ୟାରେ ପୂଜାର୍ଚ୍ଚନା ସହିତ ସମାଜର ଲୋକମାନଙ୍କ ଦ୍ୱାରା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *