Uncategorized

ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଲେ ଶ୍ରମମନ୍ତ୍ରୀ

ରାଉରକେଲା, ୨୩/୪(ଉତ୍କଳ ସମାଚାର): ରାଉରକେଲା ରେଲୱେ ଷ୍ଟେସନ ନିକଟ ସଂକଟମୋଚନ ମନ୍ଦିର ପକ୍ଷରୁ ଆଜି ହନୁମାନ ଜୟନ୍ତୀ ମହୋତ୍ସବକୁ ନେଇ ମନ୍ଦିରକୁ ପୁଷ୍ପରେ ସୁସଜ୍ଜିତ କରାଯାଇଥିଲା । ସକାଳ ୫.୩୦ରେ ଝୁଲାରେ ହନୁମାନ ଜନ୍ମଉତ୍ସବ, ବଳ ସ୍ୱରୂପ ସିଙ୍ଗାର, ଛପନ ଭୋଗର ଆୟୋଜନ କରାଯାଇଥିଲା । ମନ୍ଦିରର ନନା ସୁଦାମା ପାଣ୍ଡେ , ବାଦାମା ପାଣ୍ଡେଙ୍କ ଦ୍ୱାରା ବିଧିବିଧାନରେ ପୂଜାର୍ଚ୍ଚନା କରାଯାଇଥିଲା । ମଧ୍ୟାହ୍ନ ୧୨.୩୦ ରୁ ବିଶାଳ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଯେଉଁଥିରେ ଶତାଧିକ ଭକ୍ତ ସପରିବାର ଯୋଗଦେଇ ପ୍ରସାଦ ସେବନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ତଥା ବିଜେଡ଼ିର ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରସାଦ ଗ୍ରହଣ କରିଥିଲେ । ତାଙ୍କ ସହ ପ୍ରବୀଣ ଗର୍ଗ, ସୁରେଶ ଶର୍ମା, ବିସୁ ଦେଙ୍କ ସମେତ ଅନ୍ୟ ସମର୍ଥକ ସାମିଲ ଥିଲେ । ଆଜି ହନୁମାନ ଜୟନ୍ତୀକୁ ନେଇ ସଂକଟମୋଚନ ମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *