Uncategorized

ବିରମିତ୍ରପୁର ଭାଜପା ପ୍ରାର୍ଥୀ ଶଙ୍କର ଓରାମ ନିଜର ନାମାଙ୍କନ ପତ୍ର ନେଲେ

ରାଉରକେଲା ୨୬/୪,(ଉତ୍କଳ ସମାଚାର): ଆଜି ୫ମ ପର୍ଯ୍ଯାୟ ମତଦାନ ପାଇଁ ବିଞ୍କପ୍ତି ଜାରି ହେବା ସହିତ ପ୍ରାଥୀ ପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇଛି। ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ନିର୍ଦ୍ଧାରିତ ମୂଲ୍ୟ ଦେଇ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ଯାଳୟରୁ ନେବା ପରେ, ଏହାକୁ ପୂରଣ କରିବା ପରେ ପୁଣି ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ଯାଳୟରେ ଦାଖଲ କରିବାକୁ ପଡିଥାଏ। ସୁନ୍ଦରଗଡ ଲୋକସଭା ଆସନ ସମେତ ବରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ଆସନରେ ମେ ୨୦ ତାରିଖରେ ମତଦାନ କରାଯିବ। ସେହିପରି ଏହି ସମସ୍ତ ଲୋକସଭା ଆସନ ସମେତ ଓଡିଶା ବିଧାନସଭାର ୩୫ଟି ଆସନ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଅଛି। ବିରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପ୍ରାର୍ଥୀ ବିଧାୟକ ଶଙ୍କର ଓରାମ ଆଜି ନିଜର ନାମାଙ୍କନ ପତ୍ର ନିର୍ଦ୍ଧାରିତ ମୂଲ୍ୟ ଦେଇ ରିଟର୍ଣ୍ଣିଂ ଅଧିକାରୀ ତଥା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରୁ ନେଇଛନ୍ତି। ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ଶ୍ରୀ ଓରାମ ଆସନ୍ତା ୨୯ ତାରିଖ ସୋମବାର ଦିନ ଏକ ଶୋଭାଯାତ୍ରାରେ ବାହାରି ନିଜର ନାମାଙ୍କନ ପତ୍ର ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଦାଖଲ କରିବେ ବୋଲି ଶଙ୍କର ଓରାମ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *