Uncategorized

ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ଏସ୍ ୟୁ ସି ଆଇ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କଲେ ବେହେରା ନାଏକ

ରାଉରକେଲା ୨୬/୪, (ଉତ୍କଳ ସମାଚାର): ଆଜି ୫ମ ପର୍ଯ୍ଯାୟ ସାଧାରଣ ନିର୍ବାଚନର ବିଞ୍କପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନର ପ୍ରଥମ ଦିନ। ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା ଆସନ ସହିତ ୩୫ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଆଜି ଠାରୁ ମେ ୩ ତାରିଖ ପର୍ଯ୍ୟନ୍ତ ଦାଖଲ କରାଯିବ। ଆଜି ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ବିରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏସୟୁସିଆଇ (କମ୍ଯୁନିଷ୍ଟ) ପାର୍ଟି ପକ୍ଷରୁ ବେହେରା ନାଏକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀ ବେହେରା ନାଏକଙ୍କ ପ୍ରସ୍ତାବକ ଭାବରେ କିନୁ ଲୌହାର ଏବଂ ସମର୍ଥକ ଭାବରେ କ୍ଷେତ୍ରବାସୀ ସେଠି, ଛବି ମହାନ୍ତି ଓ ଶଙ୍କର ଦାସଗୁପ୍ତା ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଥିଲେ।ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନ ସମସ୍ଯା ନେଇ ଆମେ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ ଜନସାଧାରଣଙ୍କ ନିକଟକୁ ଯିବୁ ଏବଂ ଆମେ ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରଚେଷ୍ଟା କରିବୁ।

Leave a Reply

Your email address will not be published. Required fields are marked *