Uncategorized

ବହୁ ବ୍ୟକ୍ତି ବିଶେଷ ବିଜେପିରେ ଯୋଗଦାନ କରି ପଦ୍ମ ଫୁଲ ଧରିଲେ 

ରାଉରକେଲା,୨୬/୪ (ଉତ୍କଳ ସମାଚାର): ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବହୁ ବ୍ୟକ୍ତି ବିଶେଷ ଉଦିତ ନଗର ଅଞ୍ଚଳର ଅର୍ଜୁନ ଅଗ୍ରୱାଲଙ୍କ ନେତୃତ୍ବରେ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାସଙ୍କ ସହ ଯୋଗ ରେ ଆସି ମାନ୍ୟବର ସାଂସଦ ତଥା ସୁନ୍ଦରଗଡ ଲୋକ ସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ଭେଟି ବିଜେପିରେ ଯୋଗଦାନ ଦେବାପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଶ୍ରୀ ଜୁଏଲ ଓରାମ ସେମାନଙ୍କୁ ବିଜେପି ଉତ୍ତରୀୟ ଦେଇ ସ୍ଵାଗତ ଜଣାଇ ବା ସହ ବିଜେପି ରେ ଯୋଗଦାନର ଘୋଷଣା କରିଥିଲେ । ସେମାନେ ବିଜେପିର ନୀତି ଓ ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ରୀୟ ଚିନ୍ତାଧାରା, ଦୃଢ ନେତୃତ୍ୱ, ବିକାଶ ମୂଳକ କାର୍ଯ୍ୟ ଆଦିରେ ଅନୁପ୍ରାଣିତ ହେବା ସହିତ ଜୁଏଲ ଓରାମଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ଆସ୍ତା ପ୍ରକଟ କରି ଓ ପ୍ରଭାବିତ ହୋଇ ବିଜେପିରେ ଯୋଗଦାନ କରିଥିବା ଘୋଷଣା କରିଥିଲେ । ଶ୍ରୀ ଅର୍ଜୁନଙ୍କ ସହିତ ବୀରେନ୍ଦ୍ର କୁମାର ସାହୁ, ଦିପୁ ପ୍ରସାଦ, ବଳରାମ ଦାଶ, ସଂଜୀବ ମହନ୍ତ କ୍ରିଷ୍ଣ କୁମାର, କନ୍ନେୟା ଅଗ୍ରୱାଲ, ଇକବଲ୍ ଖାନ, ସନ୍ତୋଷ ସାଗର, ପ୍ରମୋଦ ସାହୁ, ଅଜିତ୍ ନାଗ, କାହ୍ନୁ କୁମାର, ପ୍ରକାଶ ମହାପାତ୍ର, ସୁରଜ୍ ଆଚାର୍ଯ୍ୟ, ସୁବାଷ ଦାଶ, ରାଜ ଦାଶ, ପୂର୍ରୁ ଟୋପୋ, ଆଶିଷ ଟପୋ, କାଲୁ ପ୍ରସାଦ, ରୀଙ୍କା ଠାକୁର, ନକୁଲ ମେହେର, ଅଜୟ ପ୍ରସାଦ, ସତ୍କାର ମହାନ୍ତି, ଆଗେଶ୍ୱର୍ ସୁନା, କ୍ଷୀରୋଦ ଘୋଷ ବିଜେପିରେ ଯୋଗଦାନ କଲେ । ଏହି କାର୍ଯ୍ୟକ୍ରମରେ, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମିଳା ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଅଜୟ କଂସାରୀ ଉପସ୍ଥିତ ଥିଲେ । ସେହିପରି ରାଉଲକେଲା ଛେଣ୍ଡ ମଣ୍ଡଳ ରେ ଜିଲ୍ଲା ସଭା ନେତ୍ରୀ ଲତିକା ପଟ୍ଟନାୟକଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଥିଲା । ପୂର୍ବତନ ଜିଲ୍ଲା ସଂପାଦକ ଦୀପକ ତିୱାରୀଙ୍କ ନେତୃତ୍ବରେ ଚ୍ଛେଣ୍ଡ ମଣ୍ଡଳର ବରିଷ୍ଠ ଆଇନଜୀବୀ ଚନ୍ଦ୍ରମଣି ଦାଶ, ମାଧବାନନ୍ଦ ନାୟକ, ବିନୟ କୁମାର ଜେନା, ଉପେନ୍ଦ୍ର ପ୍ରଧାନ ଓ ଲକ୍ଷ୍ମୀ ଠାକୁରଙ୍କ ସହିତ ସାବିତ୍ରୀ ମହାପାତ୍ର, ସୁମିତ୍ରା ଗୌଡ଼, ରାଧା ନାୟକ, ଜ୍ୟୋସ୍ତ୍ନା ବାରିକ, ସୁକାନ୍ତି ତିର୍କୀ, ସରୋଜ ରଞ୍ଜା, ଶାନ୍ତି ତାଣ୍ଡି, ସଂଯୁକ୍ତା ସ୍ୱାଇଁ, ସାବିତ୍ରୀ ଦାଶଙ୍କୁ ଉତ୍ତରୀୟ ଦେଇ ସ୍ଵାଗତ କରିବା ସହିତ ବିଜେପିରେ ଯୋଗଦାନକୁ ଜିଲ୍ଲା ସଭା ନେତ୍ରୀ ଲତିକା ପଟ୍ଟନାୟକ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ହରି ରାଉତରାୟ, ଦୀପକ ତିୱାରୀ, ସଂଜୀବ ଚୌଧୁରୀ ଆଦି ନେତ୍ରୁ ବୃନ୍ଦ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *