Uncategorized

ବିପଲ ବିଜୁ ସ୍ୱାସ୍ଥ୍ୟ କାର୍ଡ ରୋଗୀ ପୁଅ କୁ ମେଡିକାଲ ରୁ ଫେରେଇ ଆଣିଲେ ପରିବାରଲୋକେ

ନବରଙ୍ଗପୁର,୨୬/୪ (ଉତ୍କଳ ସମାଚାର) (ନରସିଂ ବାଘ): ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକ ଗୋନା ପଂଚାୟତ ର ଭାରଶୁଣ୍ଡି ଡିଏନକେ ଗ୍ରାମ ର ମିଥୁନ ହାଲଦାର ଙ୍କ ୮ ବର୍ଷ ର ପୁଅ ପିୟୁଷ ହାଲଦାର ର ପେଟ ବଥେଇବାରୁ ପରିବାର ଲୋକେ ତାଙ୍କୁ ନବରଙ୍ଗପୁର ଜର୍ମାନୀ ମେଡିକାଲ କୁ ନେଇଯାଇଥିଲେ ସେଇଠି ଡକ୍ଟର ପିୟୁଷ ର ଆପେନଡିସ ହେଇଛି ଅପରେସନ କରିବାକୁ ପଡିବ ବୋଲି କହିଥିଲେ,ମିଥୁନ ଡେରି ନ କରି ତାଙ୍କ ପାଖେ ବିଜୁସ୍ୱାସ୍ଥ୍ୟ କାର୍ଡ ଅଛି ପୁଅ କୁ ଜଲଦି ଅପରେସନ କରିବାକୁ ଡକ୍ଟର ଙ୍କୁ କହିଥିଲେ, ପୁଅ କୁ ଅପରେସନ ରୁମ କୁ ପଠେଇବା ସାଙ୍ଗେ ସାଙ୍ଗେ ମେଡିକାଲ ପୁଅ କୁ ଅପରେସନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ହଟାତ ମେଡିକାଲ ରେ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ଯାଞ୍ଚ କରିବାରୁ ତମ କାର୍ଡ ଆକ୍ଟିବ ହେଇନାହିଁ ଏହା କାମକୁ ଦେଉନି ବୋଲି ମେଡିକାଲ ରୁ କହିଥିଲେ, ପରେ ମିଥୁନ ତାଙ୍କ ପୁଅ ଙ୍କୁ ଅପରେସନ ନ କରେଇ ଘରକୁ ଧରି ଆସିଥିଲେ ପରେ ରାଇଘର ଯୋଗାଣ ସହାୟତା ଙ୍କ ପାଖେ ଯାଇ ପାବାରିବାରୁ ଏହି କାର୍ଡ ମେ ମାସରେ କାମ ଦେବ ବର୍ତମାନ କାମ ଦେବନାହିଁ ବୋଲି କହିଥିଲେ ଏହା ଶୁଣି ମିଥୁନର ରକ୍ତ ମୁଣ୍ଡରେ ଚଢିଯାଇଥିଲା ତାଙ୍କ କହିବା କଥା ଯଦି ବିଜୁ ସ୍ୱାସ୍ଥ୍ୟ କାର୍ଡ କାମ ଦେବନାହିଁ ତା ହେଲେ ଆଗରୁ କଣ ପାଇଁ ଦିଆଗଲା ଜାହାକି ଫେବୃଆରୀ ମାସରେ ସାଂସଦ ରମେଶ ମାଝୀ ଏବଂ ବ୍ଲକ ଅଧ୍ୟକ୍ଷା ନବୀନା ନାୟକ ବାଣ୍ଟିଲେ ଏହି କାର୍ଡ ବର୍ତମାନ ଏହି କାର୍ଡ କାମ ଦେଉନି ତିନି ମାସ ପରେ କାର୍ଡ କାମ ଦେବ ଲୋକଙ୍କୁ ଭୁଆଁ ବୁଲେଇବା ଛଡା ଆଉ କିଛି ନୁହଁ ବୋଲି ମିଥୁନ ହାଲଦାର ଏବଂ ତାଙ୍କ ପରିବାର କହିଛନ୍ତି

Leave a Reply

Your email address will not be published. Required fields are marked *