Uncategorized

ରାସ୍ତା କଡ଼ରେ ରେ ଯୁବକ କୁ ହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ

ଉମରକୋଟ,୨୬/୪ (ଉତ୍କଳ ସମାଚାର).(ନରସିଂ ବାଘ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ହୀରାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପନାରଚୁଆଁ ନିକଟରେ ଘଟିଛି ଲୋମହର୍ଷଣ କାରି ହତ୍ୟା ଘଟଣା l ସୂଚନା ଅନୁଯାୟୀ ଗତକାଲି ଅର୍ଥାତ ତା ୨୪/୦୪/୨୪ ରିଖ ବୁଧବାର ରାତି ପ୍ରାୟ ୮.୩୦ ମିନିଟ ସମୟରେ ବିଶ୍ୱଜିତ ରାଣା (୪୩)ପିତା – ବ୍ରଜେନ୍ଦ୍ରନାଥ ରାଣା ନିଜ ଘରେ ପରିବାର ସହ ରାତ୍ରି ଭୋଜନ ଖାଇସାରି ଖାଲି ଥିବା କ୍ଷୀର ଟାଙ୍କି ଧରି ନିଜ ମୋଟର ସାଇକେଲ ଯାହାର ନମ୍ବର OD 10 J 5603 ଯୋଗେ ନିଜ ଚାଷ ଜମିରେ ଥିବା ଘରକୁ ଯାଉଥିବା ବେଳେ କୌଣସି ଦୁବୁର୍ତ୍ତ ସିଲାଟି ରାସ୍ତା ପ୍ରାର୍ଶ୍ୱରେ ତାଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତର୍କିତ ଭାବେ ମୁହଁ ରେ ଥରେ ଏବଂ ମୁଣ୍ଡରେ ତିନିଥର ଚୋଟ ପକେଇବା ଦ୍ୱାରା ଘଟଣା ସ୍ଥଳରେ ହିଁ ବିଶ୍ୱଜିତ ର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୭ଘଣ୍ଟିକା ସମୟରେ ବିଶ୍ୱଜିତ ର ମୃତ ଶରୀର ମୋଟର ସାଇକେଲ ସହ ସିଲାଟି ପନାରଚୁଆଁ ରାସ୍ତା ପ୍ରାର୍ଶ୍ୱରେ ପଡ଼ିଥିବା ଜାମରୁଣ୍ଡା ଗ୍ରାମ ର କିଛି ଲୋକ ଦେଖିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ପରିବାର ଲୋକ ପହଂଚି ଜାମରୁଣ୍ଡା ସରପଞ୍ଚ ଶ୍ରୀ ଜଗଦୀଶ ଗଣ୍ଡ ଙ୍କୁ ଜଣେଇଥିଲେ ସରପଞ୍ଚ ଶ୍ରୀ ଗଣ୍ଡ ଘଟଣା ସ୍ଥଳରେ ପହଁଚି ଉମରକୋଟ ପୋଲିସକୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ଉମରକୋଟ ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ଟିମ ସହ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି l ଜାମରୁଣ୍ଡା ଅଞ୍ଚଳ ରେ ଏମିତି ଘଟଣା ପ୍ରଥମ ଥର ଘଟିଥିବା ଯୋଗୁଁ ସାରା ଅଞ୍ଚଳ ସ୍ତବ୍ଧ ହୋଇପଡିଛି l

Leave a Reply

Your email address will not be published. Required fields are marked *