Uncategorized

ଅନୁଗୁଳ ପୋଲିସ ପାଇଁ ଏବେ ବେଆଇନ ପାର୍କିଂ ପାଇଁ ଫାଇନ ପ୍ରଥମ କାର୍ଯ୍ୟ 

ଅନୁଗୁଳ,୨୬/୪ (ଉତ୍କଳ ସମାଚାର):  ପ୍ରଶାସନ ଦୃଷ୍ଟିରେ ଯାହା ବେଆଇନ ତାହା ବେଆଇନ। ସେ ଛୋଟିଆ ଦୁଇ ଚକିଆ ଯାନ ଗୋଟେ କୋଣ ରେ ପାର୍କିଂ ହେଉ କି ପୌରପାଳିକା ର ଦୋକାନ ଗୃହ ବେଆଇନ କିଣା ବିକା ରୁପି ବଡ ଅପରାଧ ହେଉ। ସେ       ଅଲଗା କଥା ଯେ  ପାର୍କିଂ ପାଇଁ ଫାଇନ ଆଦାୟ କରାଯାଉଛି ଏବଂ ବେଆଇନ ଦୋକାନ ଗୃହ କିଣା ବିକା ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ତେବେ ବି ଆପଣ କିଛି କହି ପାରିବେ ନାହିଁ। ଆଉ ଭୁଲରେ ଯଦି କିଛି କହିବେ ତେବେ ଆପଣଙ୍କ ଉପରେ ପ୍ରଶାସନିକ ରାଗ ସୁଝାଜିବାର ଯଥେଷ୍ଟ ସମ୍ଭାବନା ରହିଛି ।ଏବେ କିଛିଦିନ ଥରି ଅନୁଗୁଳ ଟାଉନ ଥାନା ପୋଲିସ ସହରର ମୂଖ୍ୟ ବଜାର ଅଞ୍ଚଳ ରେ ବେଇଆନ ପାର୍କିଂ ନାଁରେ ପୋଲିସ ଗିରି ଦେଖାଇବା ସହ ମନଇଚ୍ଛା ଫାଇନ ଆଦାୟ କରୁଥିବା ଜଣା ପଡ଼ିଛି।ପିଚୁ ରାସ୍ତା ତଳେ ମଧ୍ୟ ଦୁଇ ଚକିଆ ରଖିଲେ ଦଣ୍ଡ  ଆକାରରେ ଫାଇନ ଆଦାୟ କରାଯାଉଛି। ଦୋକାନ ଅଛି ମାନେ ଜିନିଷ କିଣା ବିକା ହେବ ଏବଂ ନେବା ଆଣିବା ପାଇଁ ତିନି ଚକିଆ ଓ ଚାରି ଚକିଆ ଯାନ ମଧ୍ୟ ଆସିବ। ଏସବୁକୁ ମଧ୍ୟ ଛାଡ ନାହିଁ। ତାହାହେଲେ ପରୋକ୍ଷରେ ଅନୁଗୁଳ ଟାଉନ ଥାନା ପୋଲିସ ର ଏହି କାର୍ଯ୍ୟକ୍ରମ ବ୍ୟବସାୟୀଙ୍କ ପେଟରେ ଗୋଇଠା ମାରୁଛି। ଯଦି ଭବିଷ୍ୟତରେ ବଜାର ବାହାରେ ପାର୍କିଂ ବ୍ୟବସ୍ଥା କରାଯାଏ ତେବେ ଅନୁଗୁଳ ଭଳି ଏକ ଛୋଟ ସହର ରେ ଗ୍ରାହକ ପାର୍କିଂ ଫି ଦେଇ ଚାଲି ଚାଲି ବଜାର କରିବା ଅପେକ୍ଷା ଯେଉଁ ବଡ ବଡ ସପିଙ୍ଗ ମଲ ସବୁ ଖୋଲୁଛି ସେମାନଙ୍କ ଠାରୁ କିଣାକିଣି କରିବା ପାଇଁ ପସନ୍ଦ କରିବେ। ତାହାହେଲେ ଛୋଟ ଛୋଟ ବ୍ୟବସାୟୀଙ୍କ ଯେଉଁ ଖରାପ ଅବସ୍ଥା ହେବ ସେ ବିଷୟରେ ପୋଲିସ ପ୍ରଶାସନ ଚିନ୍ତା କରିବା ଉଚିତ। ସେଇଥିରେ ହିଁ ପୁଲିସ ର ପ୍ରକୃତ ବାହାଦୂରୀ ଅଛି। ଆଜି ପୁଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦେଇ ସୁଚାଯାଇଛି ସେ ଜନସାଧାରଣ ଏବଂ ବୁଦ୍ଧିଜୀବୀଙ୍କ ଅଭିଯୋଗକୁ କେନ୍ଦ୍ର କରି ଅନଗୁଳ ବସଷ୍ଟାଣ୍ଡ ଠାରୁ ବଜାର ଛକ, ଷ୍ଟ।ଇଲ ବଜାର ଛକ ଠାରୁ ଗାନ୍ଧିମାର୍ଗ ପର୍ଯ୍ୟନ୍ତ ପ୍ରତ୍ୟେକ  ଦିନ ପୁଲିସ ତରଫରୁ ଫୁଟ ପେଟ୍ରୋଲିଂ କରି ରାସ୍ତାରେ ବେଆଇନ ଭାବରେ ଗାଡି ପାର୍କିଂ କରିଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ପ୍ରତ୍ୟେକ ଦିନ ଦୋକାନୀ ମାନଙ୍କୁ ତାଙ୍କ ଦୋକାନର ଜିନିଷ ରାସ୍ତା ଉପରକୁ ମଡେଇ ନରଖିବା ପାଇଁ ଅନୁରୋଧ କରାଯାଇଛି ଏବଂ ଆଗାମୀ ଦିନରେ ଯଦି କିଏ ଏହାର ଅବମାନନା କରେ ତାହେଲେ ଆଇନ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବ ବୋଲି ତାଗିଦ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରିବାପାଇଁ ପୌରପାଳିକା ଅଧିକାରୀ , ଡିଏସପି ବିରଞ୍ଚି ବାଗ୍ , ଟାଉନ ଥାନା ଅଧିକାରୀ ଧୀରେଶ ଚନ୍ଦ୍ର ଦାଶ ଓ ସାଇବର ଥାନା ଅଧିକାରୀ ଖାଳେଶ୍ଵର ସେଠୀଙ୍କର ମିଳିତ ବୈଠକରେ ଗାଡି ପାର୍କିଂ ସ୍ଥାନ ନିରୂପଣ କରାଯିବା, ରାସ୍ତ।କଡରେ ଛୋଟ ବଡ ବ୍ୟବସାୟୀ ମାନଙ୍କର ଥଇଥାନ ବିଷୟରେ ନିଷ୍ପତି ନିଆଯାଇଛି । ବେଆଇନ ପାର୍କିଂ ଏବଂ ବ୍ୟବସାୟୀ ମାନଙ୍କୁ  ଉଚ୍ଛେଦ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ରାସ୍ତାକୁ ମଡ଼ାଇ ବେଆଇନ ଭାବରେ ଦଖଲ କରିଥିବା ଜାଗା ଗୁଡିକୁ ତୁରନ୍ତ ତିନି ଦିନ ଭିତରେ ଖାଲି କରିବାପାଇଁ ପ୍ରଥମେ ପୌରପାଳିକା  ତରଫରୁ ପବ୍ଲିକ୍ ଘୋଷଣା କରାଯିବ ଓ ପରେ  ସେମାନଙ୍କ ଠାରୁ ପ୍ରତ୍ୟହ ଫାଇନ ଆଦାୟ କରିବେ ଏବଂ ବେଆଇନ ଜବରଦଖଲକାରୀଙ୍କ ଘର ଉଚ୍ଛେଦ କରାଯିବ । ଏହିପରି ଭାବରେ ରାତ୍ରି ସମୟରେ ନୋ ଏଣ୍ଟ୍ରି ସାରିଲା ପରେ ଜନସାଧାରଣ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାର ନିବାରଣ ପାଇଁ ବିଗତ କିଛିଦିନ ହେଲାଣି ପୁଲିସର ଗୋଟିଏ ସ୍ଵତନ୍ତ୍ର ଟୀମ ଗଠନ କରାଯାଇଛି ଜାହାଫଳରେ ରାତିରେ ଟ୍ରାଫିକ ସମସ୍ୟା କିଛି ମାତ୍ରାରେ ସୁଧୁରୀ ପାରିଛି । ଚଳିତ ମାସରେ ଅନଗୁଳ ଜିଲ୍ଲାର ପ୍ରତ୍ୟେକ ଥାନା ଏରିୟାରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଠାରୁ ସମୁଦାୟ ତେଇଶଲକ୍ଷ୍ୟ ତେଷଠିହଜାର ଚାରିଶହ ପଇଁଚାଳିଶ ଟଙ୍କା ଫାଇନ ଆଦାୟ କରାଜାଇଛି । ଆଗାମୀ ଦିନରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପୁଲିସ ସଦାବେଳେ ସଜାଗ ରହିବା ଓ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ସମସ୍ତେ ଏକମ୍ତତ ଯେ ରାସ୍ତା ମଡ଼େଇ ଜିନିଷ ରଖୁଥିବା ଏଵଂ ରାସ୍ତା ଓ ଡ୍ରେନ ଅବରୋଧ କରି ଦୋକାନକୁ ବଢେଇ ଥିବା ଦୋକାନୀଙ୍କ ଉପରେ ନିଶ୍ଚୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *