Uncategorized

ରାଉରକେଲା କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ନାମାଙ୍କନ ପତ୍ର ନେଲେ

ରାଉରକେଲା ୨୬/୪,(ଉତ୍କଳ ସମାଚାର): ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ବିଞ୍କପ୍ତି ଜାରି ହେବା ସହିତ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ବିରେନ୍ଦ୍ର ନାଥ ପଟ୍ଟନାୟକ ଆଜି ରିଟର୍ଣ୍ଣିଂ ଅଧିକାରୀ ତଥା ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କୁ ସାକ୍ଷାତ କରିବା ସହିତ ତାଙ୍କ କାର୍ଯ୍ଯାଳୟରୁ ନିଜ ନାମାଙ୍କନ ପତ୍ର ନେଇଛନ୍ତି। ଶ୍ରୀ ପଟ୍ଟନାୟକ ୩୦ ତାରିଖ ମଙ୍ଗଳବାର ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ନାମାଙ୍କନ ପତ୍ର ମୂଲ୍ୟ ୧୦ହଜାର ଟଙ୍କା ଧାର୍ଯ୍ୟ ଥିବା ବେଳେ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ପାଇଁ ଏହା ୫ହଜାର ଟଙ୍କା ରଖାଯାଇଛି। କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ନାମାଙ୍କନ ପତ୍ର ନେବା ସମୟରେ ତାଙ୍କ ସହିତ ଆଡଭୋକେଟ ବିସ୍ମୟ ଦାଶ, ପଦ୍ମ ଚରଣ ପଣ୍ଡା ଏବଂ ଶ୍ରୀକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଆସନ୍ତା ୩୦ ତାରିଖ ମଙ୍ଗଳବାର ଦିନ ଏକ ଶୋଭାଯାତ୍ରାରେ ବାହାରି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *