ବରଗଡ଼ରେ ସମ୍ବର୍ଦ୍ଧନା ସଭା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନୁଷ୍ଠିତ
ବରଗଡ଼,୨/୭ (ଉତ୍କଳ ସମାଚାର): ସୋମବାର ଦିନ ଏକ ସମ୍ବର୍ଦ୍ଧନା ସଭା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା | ଗତ ଜୁନ ମାସରେ ଅବସର ନେଇଥିବା ବରଗଡ଼ ବ୍ଲକ ର ଧ୍ରୁବଚରଣ ପାଢ଼ୀ, ଚନ୍ଦ୍ରକାନ୍ତି ମେହେର ଓ ଟିଲୋତ୍ତମା ଭୋଇ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଏହି ସଭାସ୍ଥଳ ରେ ବିଇଓ ପେନସନ ପେପର ପ୍ରଦାନ କରିଥିଲେ | ବିଇଓ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ଏବିଇଓ ରଞ୍ଜନ ଡନସନା, ଘାସିରାମ ଭୋଇ, ଦିଲ୍ଲୀପ ମେହେର ଓ ମୁଖ୍ୟ କିରାଣୀ ଭରତ ମେହେର ଙ୍କ ସହିତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନବୀନ କୁମାର ସାବତ, ସମ୍ପାଦକ କୃପାସିନ୍ଧୁ ଗଡତିଆ ଓ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ | ସମସ୍ତେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ଏବଂ ଫାଇନାଲ ପେନସନ ଶୀଘ୍ରତିଶୀଘ୍ର ସମ୍ପନ୍ନ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ସଭା ଶେଷରେ ସିଆରସିସି ଅଭୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |