ମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ହିନ୍ଦୁ ବିରୋଧୀ ମନ୍ତବ୍ୟ ପ୍ରତିବାଦରେ ରାହୁଲ୍ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଜାଳିଲା ଯୁବମୋର୍ଚ୍ଚା

କେନ୍ଦୁଝର,୩/୭ (ଉତ୍କଳ ସମାଚାର): ସଂସଦ ଭବନ ରେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ଆଜି ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସଙ୍ଗଠନ ମାନଙ୍କ ପକ୍ଷରୁ ବିରୋଧ କରାଯାଇ ଅଛି। ବିଜେପି ଯୁବମୋର୍ଚ୍ଚା, କେନ୍ଦୁଝର ପକ୍ଷରୁ ଆଜି ଜିଲ୍ଲା ସଭାପତି ସବୀର ଦାଶ ଙ୍କ ନେତୃତ୍ୱରେ ଶତାଧିକ ଯୁବମୋର୍ଚ୍ଚା କର୍ମୀ କେନ୍ଦୁଝର ଲାବନ୍ୟ ଛକ ନିକଟରେ ଥିବା କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜରାସ୍ତାରେ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରୁଦ୍ର ପ୍ରସାଦ ବେହେରା, ସମ୍ପାଦକ ସଚ୍ଚିଦାନନ୍ଦ ବେହେରା,  ଭାରତ ଭୁଷଣ କୁଅଁର, ରୁପେଶ ରଣା, ପଙ୍କଜ ଦ୍ବିବେଦୀ, ତ୍ରିନାଥ ସେଠୀ, ଜୁଲିଅସ ସିଂ, ଶ୍ରୀବତ୍ସ ମାଟିଆ ଙ୍କ ସମେତ ଯୁବମୋର୍ଚ୍ଚା ର ଶତାଧିକ କର୍ମୀ ରାଜରାସ୍ତାରେ ବିକ୍ଷୋଭ କରିଥିଲେ।  ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ଶିବ କୁମାର ରାଠୋର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିରଣବାଲା ନାଏକ ପରି ବରିଷ୍ଠ ନେତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *