ଅଲ ଇଣ୍ଡିଆ ପୋଲିସ କରାଟେ ଚାମ୍ପିୟନସିପ….ରାଜୀବ ସିଂ ବିଚାରକ
ରାଉରକେଲା,୩/୭ (ଉତ୍କଳ ସମାଚାର): ଆସାମ ର ଗୌହାଟି ଠାରେ ଅଲ ଇଣ୍ଡିଆ ପୋଲିସ ଜୁଡୋକ୍ଲଷ୍ଟର ଅନ୍ତର୍ଗତ ଅଲ ଇଣ୍ଡିଆ ପୋଲିସ କରାଟେ ଚାମ୍ପିୟନସିପ ଗତ ଜୁନ ୨୮ ଓ ୨୯ ରିଖ ରେ ଅନୁଷ୍ଠିତ ହୋଉଯାଇଅଛି l ଆସାମ ରାଜ୍ୟ ପୋଲିସ ଦ୍ୱାରା ଆୟୋଜିତ ଏହି ଚାମ୍ପିୟନସିପ ରେ ଦେଶର ସମସ୍ତ ରାଜ୍ୟ ପୋଲିସ, ଏଇ.ଟି.ବି.ପି, ସି.ଆର.ପି.ଏଫ, ସି.ଏଇ.ଏସ.ଏଫ, ବି.ଏସ.ଏଫ, ସେନା, ଇନ୍ଫୋର୍ମେସନ ବ୍ୟୁରୋ, ଆସାମ ରାଇଫଲ ଇତ୍ୟାଦି ସଂଗଠନରୁ ୨୬୫ ଜଣ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ l କରାଟେ ଆସୋସିଏସନ ଅଫ ଇଣ୍ଡିଆ (କିଓ) ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବିଶ୍ୱ କରାଟେ ଫେଡେରେସନ (ଡବ୍ଲୁ.କେ.ଏଫ) ଓ ଏସିଆ କରାଟେ ଫେଡେରେସନ (ଏ.କେ.ଏଫ) ଯୋଗ୍ୟତା ପ୍ରାପ୍ତ ୨0 ଜଣ ଟେକନିକାଲ ଅଫିସିଆଲ ଏହି ପ୍ରତିଯୋଗିତା କୁ ପରିଚାଳନା କରିଥିଲେ l ଏହି ଦଳରେ ଓଡ଼ିଶାର ଏସିୟ କରାଟେ ଜଜ ରାଜୀବ କୁମାର ସିଂ ଅଂଶଗ୍ରହଣ କରି ଆୟୋଜିତ ଚାମ୍ପିୟନସିପ ରେ କାଟା ଓ କୁମିତେ ପ୍ରତିଯୋଗୀତାରେ ସଫଳ ବିଚାରକ ଦାଇତ୍ୱ ତୁଲାଇଥଲେ l ଏଥିପାଇଁ କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କିଓ) ର ସଭାପତି ହାଂଶୀ ଭାରତ ଶର୍ମା, ସମ୍ପାଦକ ଶିହାନ ସଂଜୀବ ଜାଙ୍ଗରା ଓ ଓଡିଶା କରାଟେ ଆସୋସିଏସନ (ଓସ୍କା) ର ସଭାପତି ହାଂଶୀ ଡ଼. ହରିପ୍ରସାଦ ପଟ୍ଟନାୟକ ଓ ସମ୍ପାଦିକା ଡ଼ ଗୌରୀ ମହାନ୍ତି ଙ୍କୁ କୃତଜ୍ଞ୍ୟତା ଜ୍ଞାପନ କରିଛନ୍ତି l