ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ରାଉରକେଲା, ୫/୭ (ଉତ୍କଳ ସମାଚାର): ଓଡିଶା ଯୁବ କଂଗ୍ରେସ ରାଜ୍ଯ ସଭାପତି ରଞ୍ଜିତ ପାତ୍ର ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଯାସିର ନଓ୍ବାଜଙ୍କ ଆହ୍ବାନ କ୍ରମେ ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋତିଲାଲ ଦୀପ୍ ଓ ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ବାରିକଙ୍କ ନେତୃତ୍ବରେ, ରାଉରକେଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ଯ ଦେଇ ଭୁବନେଶ୍ଵରରେ ତାଙ୍କ ପୋଷ୍ଟରରେ ଗୋବର ମାରିବା ଏବଂ ରାଜ୍ୟ କଂଗ୍ରେସ କାର୍ଯ୍ଯାଳୟକୁ ପଥର ମାରିବା ପ୍ରତିବାଦରେ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜିର ଏହି ବିକ୍ଷୋଭରେ, ଜିଲ୍ଲା କଂଗ୍ରେସ ସଭାପତି ରବିନ୍ଦ୍ର ରାୟ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ, ରଘୁନାଥପାଲୀ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଗୋପାଳ ଦାସ, ଯୁବ କଂଗ୍ରେସ ନେତା ଶିବୁ ଦୀପ୍, ଯୁବ କଂଗ୍ରେସ ଉପସଭାପତି ବାବୁଲି ଚେଲିଆ, ରାଜ୍ୟ ସଂଖ୍ଯାଲଘୁ ସମ୍ପାଦକ ସଦ୍ଧାବ ଅହମ୍ମଦ, ରାଉରକେଲା ସଂଖ୍ଯାଲଘୁ ସଭାପତି ଇଜାଜ୍ ଅଖତର, ଓବିସି ସମ୍ପାଦକ ଶିଲୁ ବରାଳ, ସିପିସି ଉପସଭାପତି ପ୍ରସନ୍ନ କୁମାର ବଳିୟାରସିଂ, ଆୟୁବ ଖାନ୍, ମାନୁ ସାମଲ, ଶେଖ ଫିରଦୋସ୍, ବନମାଳୀ ବିଶୋଇ, ଜିଲ୍ଲା ଉପସଭାପତି ସରୋଜ ଲେଙ୍କା, କୀର୍ତ୍ତନ ଦାସ, ଯୁବନେତା ଦୁଖୁ ଦୀପ୍, ଛାତ୍ରନେତା ଅନୁରାଗ ବସନ୍ତ, କରଣ ସିଂ, ରାମ ମହାନନ୍ଦ, ବାବୁଲାଲ ଦୀପଙ୍କ ସମେତ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।