ମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ନାଗରିକ ସମ୍ବର୍ଦ୍ଧନା

ରାଉରକେଲା, ୬/୭ (ଉତ୍କଳ ସମାଚାର): ଆଜି ରାଉରକେଲାର ମହାରାଜା ଅଗ୍ରସେନ ସେବାସଂଘ ଠାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ନାଗରିକ ସମ୍ବର୍ଦ୍ଧନା ସମାରୋହରେ ବିଭିନ୍ନ ସାଂସ୍କୃତିକ, ସାମାଜିକ, ଧାର୍ମିକ ଏବଂ ବୁଦ୍ଧିଜୀବୀ ସଂଗଠନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଗତ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ବିଜୟୀ ହୋଇ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ କ୍ଯାବିନେଟରେ ଆଦିବାସୀ ମନ୍ତ୍ରଣାଳୟର ମନ୍ତ୍ରୀ ହେବା ପରେ, ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ ଥିଲା। ମହାରାଜା ଅଗ୍ରସେନ ସେବାସଂଘ ଭବନରେ ଆଜି ଆୟୋଜିତ ଏହି ନାଗରିକ ସମ୍ବର୍ଦ୍ଧନା ସମାରୋହରେ ମଞ୍ଚାସୀନ ଅତିଥିଙ୍କ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ପୂର୍ଣ୍ଣିମା କେର୍କେଟା, ଜିଲ୍ଲା ବିଜେପି ସଭାପତି ଲତିକା ପଟ୍ଟନାୟକ, ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ବାଲଗୋପାଲ ମହାପାତ୍ର, ଅକ୍ଷୟ କୁମାର ଦାଶଙ୍କ ସମେତ ରାଉରକେଲା ଓକିଲ ସଂଘ ସଭାପତି ଏବଂ ମାରଓ୍ବାଡି ମହିଳା ମଞ୍ଚ ସଭାପତି ପ୍ରମୁଖ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିରେ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ୧୦୦ ଦିନର କାର୍ଯ୍ୟକ୍ରମ ରହିଛି। ସେମାନେ ଭାରତର ବିକାଶ ଧାରାକୁ କିଭଳି ଭାବେ ଆଗକୁ ନେଇପାରୁଛନ୍ତି ତାହା ବିଶେଷ ଭାବରେ ପରିଲକ୍ଷିତ ହେବ। ଆଜିର ଏହି ସମ୍ବର୍ଦ୍ଧନା  ସମାରୋହରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ସମ୍ବର୍ଦ୍ଧିତ କରିଥିବା ସଂଗଠନଙ୍କ ମଧ୍ଯରେ ରାଷ୍ଟ୍ରୀୟ ବିଶ୍ବ ହିନ୍ଦୁ ପରିଷଦ, ରାଜସ୍ଥାନ ପରିଷଦ, ପ୍ରଜାପତି ବ୍ରହ୍ମାକୁମାରୀ (ଓମ୍ ଶାନ୍ତି) ସଂଗଠନ, ମିଡିଆ କ୍ଲବ୍, ରାଉରକେଲା ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍, ଲାଏନ୍ସ କ୍ଲବ୍, ରୋଟାରୀ କ୍ଲବ, ହରିୟାଣା ନାଗରିକ ସଂଘ, ମାରଓ୍ବାଡି ମହିଳା ମଞ୍ଚଙ୍କ ସମେତ ବହୁ ମହିଳା ଏସଏଚଜି ସଂଗଠନ ଓ ସାଂସ୍କୃତିକ ସାମାଜିକ ସଂଗଠନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ନାଗରିକ ସମ୍ବର୍ଦ୍ଧନା ସଭାରେ ସମସ୍ତ ନାଗରିକଙ୍କ ମଧ୍ଯରେ ସାଂସ୍କୃତିକ, ସାମାଜିକ, ଧାର୍ମିକ ଓ ବୁଦ୍ଧିଜୀବୀ ସଂଗଠନଙ୍କ ପକ୍ଷରୁ ତାଙ୍କୁ ନିର୍ବାଚନ ସମୟରେ ଭୋଟ ଏବଂ ସମ୍ମାନ ଓ ସମ୍ବର୍ଦ୍ଧନା ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ଯବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *