ଖେଳମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟ

ଦୁଇ ଭାରତ୍ତୋଳନକାରୀ ଙ୍କୁ କେଟିଏଚ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ

ରାଉରକେଲା,୬/୭ (ଉତ୍କଳ ସମାଚାର):: ରାଜସ୍ଥାନ ଠାରେ ଆୟୋଜିତ ଜାତୀୟସ୍ତରୀୟ ସବ୍ ଜୁନିୟର ଓ ଜୁନିୟର ପାୱାର ଲିଫ୍ଟିଙ୍ଗ ଚମ୍ପିୟାନସିପ ରେ ରାଉରକେଲାର ଦୁଇ ଝିଅ ସୁଶ୍ରୀ ଆକାଂକ୍ଷା ପରିଡ଼ା ଓ ସୁଶ୍ରୀ ପ୍ରତିଷ୍ଠା ସିଂ ଯଥାକ୍ରମେ ଜୁନିୟର ଓ ସବ୍ ଜୁନିୟର ରେ ସଫଳତା ଲାଭକରି ସ୍ବର୍ଣ୍ଣ ପଦକ ବିଜୟିନୀ ହେବାସହ ରାଉରକେଲା ତଥା ରାଜ୍ୟକୁ ଜାତୀୟ ସ୍ତରରେ ପ୍ରଶଂସିତ କରାଇଛନ୍ତି। ଏହି ଉପଲକ୍ଷେ ସିଭିଲ ଟାଉନ ସ୍ଥିତ କଳିଙ୍ଗ ଟ୍ରମା ହସ୍ପିଟାଲ ( କେଟିଏଚ) ତରଫରୁ ଉଭୟଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। କେଟିଏଚ ର ଡା ବିନାୟକ ପାଣି ମେମୋରିଆଲ ହଲ ଠାରେ ଲକ୍ଷ୍ମୀଧର ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ବି ଡି ଶିବହରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସମାଜସେବୀ ସଞ୍ଜୀବ ମହାନ୍ତି, ବିଣାପାଣି ବେହୁରା, ଚନ୍ଦ୍ରଶେଖର ଶତପଥୀ,ଡା ଆର କେ ପାତ୍ର, କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ,ଡ଼ା ସଜନ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଉଭୟ ପ୍ରତିଭାଧାରୀ ଓ ସେମାନଙ୍କ ଅଭିଭାବକ ତଥା କୋଚଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ କ୍ରୀଡାବିତ୍ ଙ୍କୁ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତ ରଖିଥିଲେ। ସେହିପରି ସତ୍ୟ କହିବା, ନିର୍ଭିକତା ଓ ଏକାଗ୍ରତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଡାକ୍ତର ୟୁ ସି ଜେନା ନିଜ ବକ୍ତବ୍ୟରେ ଉଭୟ କ୍ରୀଡାବିତ୍ ଙ୍କ ପାଇଁ ଆମେ ଗର୍ବିତ ବୋଲି କହିବା ସହ ଯେଉଁ ବ୍ୟକ୍ତି ଗାଁ ର ନୁହଁ ସେ କେବେ ଜିଲ୍ଲା କିମ୍ବା ରାଜ୍ୟ ର ହୋଇପାରେନା, ଯିଏ ରାଜ୍ୟର ନୁହଁ ସେ କେବେ ଦେଶର ବା କାହାର ବି ହୋଇପାରେନା ବୋଲି ମତ ରଖିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ସୁଶ୍ରୀ ପରିଡ଼ା ଓ ସୁଶ୍ରୀ ସିଂ କେଟିଏଚ କୁ ଧନ୍ୟବାଦ ଦେବାସହ ସଫଳତାର ଶ୍ରେୟ କୋଚ୍ ଓ ଅଭିଭାବକ ଙ୍କୁ ଦେଇଥିଲେ। ସୂଚନାଯୋଗ୍ୟ ଯେ ସୁଶ୍ରୀ ଆକାଂକ୍ଷା ଡିଏଭି ପଲିଟେକନିକ୍ ରେ ଡିପ୍ଲୋମା ଓ ସୁଶ୍ରୀ ପ୍ରତିଷ୍ଠା ଗାନ୍ଧୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ପ୍ରାରମ୍ଭରେ ଡା ଲୋପାମୁଦ୍ରା ଜେନା ସ୍ବାଗତ ଭାଷଣ, କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଡା ସିଦ୍ଧାର୍ଥ ଜେନା, ପିତାମ୍ବର ଲେଙ୍କା, ପ୍ରଭାତ ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, କୋଚ ବ୍ରହ୍ମପଦ ବେହେରା,ପରଭେଜ ଅରୋରା,କ୍ରୃଷ୍ଣା ସିଂ, ଉର୍ମିଳା ପରିଡା, ସୁଭାଷିନୀ ପରିଡାଙ୍କ ସମେତ ଶତାଧିକ ବ୍ୟକ୍ତି ଓ ଷ୍ଟାଫ୍ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *