ମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ଗରିବ ଏବଂ ପଛୁଆ ବର୍ଗଙ୍କୁ ସଶକ୍ତ କରୁଛନ୍ତି ମୋଦୀ – ଧର୍ମେନ୍ଦ୍ର ପ୍ରଧାନ

ମହେନ୍ଦ୍ରଗଡ଼, //16/07/2024//(ଉତ୍କଳ ସମାଚାର)// ବିଗତ ୧୦ ବର୍ଷର କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରତ୍ନ ବାବାସାହେବ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ଆଦର୍ଶ ପଥରେ ଦଳିତ, ଗରିବ ଏବଂ ପଛୁଆ ବର୍ଗଙ୍କୁ ସଶକ୍ତ କରିବାର କାମ କରିଛନ୍ତି । ପଛୁଆ ବର୍ଗ ଆୟୋଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେବାରେ ଐତିହାସିକ ନିର୍ଣ୍ଣୟ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ହରିୟାଣାର ମହେନ୍ଦ୍ରଗଡ଼ରେ ସେଣ୍ଟରାଲ ୟୁନିଭର୍ସିଟି ପାଲି ଠାରେ ଆୟୋଜିତ “ପଛୁଆ ବର୍ଗ ସମ୍ମାନ ସମ୍ମିଳନୀ”ରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଦେଶର ଗୃହମନ୍ତ୍ରୀ ଅମିତ ଶାହ ଓ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ଉପସ୍ଥିତିରେ ଓବିସି ସମାଜର ଲୋକମାନଙ୍କୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ ଏବଂ ନିଟ୍ ପରୀକ୍ଷାରେ  ୨୭ ପ୍ରତିଶତ ସଂରକ୍ଷଣ ଦେବାର କାମ ମୋଦୀ ସରକାରରେ ହୋଇଛି ।  ମୋଦିଜୀ ପଛୁଆ ବର୍ଗର କଲ୍ୟାଣ ଅଭୁତପୂର୍ବ ପ୍ରଚେଷ୍ଟା କରିଛନ୍ତି । ପଞ୍ଚାୟତ ଏବଂ ମ୍ୟୁନିସିପାଲ କର୍ପୋରେସନରେ ଗ୍ରୁପ ‘ଏ’ କର୍ମଚାରୀ ମାନଙ୍କୁ ୮ ପ୍ରତିଶତ ସଂରକ୍ଷଣ ସହ ଗ୍ରୁପ ‘ବି’ରେ ମଧ୍ୟ ୫ ପ୍ରତିଶତ ଆରକ୍ଷଣ ଭଳି ବ୍ୟବସ୍ଥା କରାଯାଇଛି । ଚାକିରି କ୍ଷେତ୍ରରେ ଓବିସି ସଂରକ୍ଷଣରେ କ୍ରିମି ଲୟୋରର ସୀମାକୁ ୬ ଲକ୍ଷରୁ ବଢାଇ ୮ ଲକ୍ଷ କରିବା ନେଇ ମୁଖ୍ୟମନ୍ତ୍ରୀ ନାୟବ ସାଇନି ନିର୍ଣ୍ଣୟ ନେଇଛନ୍ତି । ଏହି ନିଷ୍ପତି ଦ୍ୱାରା ହରିୟାଣାର ଜନତାଙ୍କୁ ବହୁତ ବଡ଼ ଲାଭ ଭାଗ ମିଳିବ ।ମୋଦିଜୀ ଏବଂ ମୁଖ୍ୟମନ୍ତ୍ରୀ ନାୟବ ସୈନୀଙ୍କ ଡବଲ ଇଞ୍ଜିନ ସରକାର ସାମାଜିକ ନ୍ୟାୟ ଏବଂ ହରିୟାଣାର ପଛୁଆ ବର୍ଗଙ୍କ ଉତ୍ଥାନ ପାଇଁ ପ୍ରତିବଦ୍ଧ । ଅନ୍ୟପକ୍ଷରେ କଂଗ୍ରେସ ଦଳ ସର୍ବଦା ପଛୁଆ ବର୍ଗଙ୍କ ଅଧିକାରକୁ ଛଡାଇବା ଏବଂ ସେମାନଙ୍କୁ ଅପମାନିତ କରିବାର କାମ କରିଛି । କଂଗ୍ରେସ ଏବଂ ରାହୁଲ ଗାନ୍ଧୀ କେବଳ ସଂରକ୍ଷଣ, ନ୍ୟାୟ ଏବଂ ସମ୍ବିଧାନର କଥା କୁହନ୍ତି, କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟ କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କ ତୁଷ୍ଟୀକରଣ ପାଇଁ । ବିଜେପି ସରକାର ହରିୟାଣାରେ ପଛୁଆ ବର୍ଗଙ୍କ ଅଧିକାର ଛଡାଇ ନେବାର ପ୍ରୟାସକୁ ସଫଳ କରିବା ପାଇଁ ଦେବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *