ମହାନଗରମୁଖ୍ୟ ଖବରରାଜ୍ୟ

ବରଗଡ଼-ନୂଆପଡ଼ା  ୨ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ର ଅନୁମୋଦନ 

ଭୁବନେଶ୍ବର,୨୮/୮(ଉତ୍କଳ ସମାଚାର): ରାଜ୍ୟର ଅନ୍ୟତମ ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’ ପାଖେଇ ଆସୁଥିବା ବେଳେ କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାବାସୀଙ୍କୁ ୨ଟି ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ୨ଟି ନୂଆ‌ ରେଳ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଏହି ୨ଟି ପ୍ରକଳ୍ପ ବରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଦେଇ ଯିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ୨ ରେଳଲାଇନ୍‌କୁ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ପ୍ରଥମ ପ୍ରକଳ୍ପ ଅଧୀନରେ ବରଗଡ଼ରୁ ନୂଆପଡ଼ାକୁ ରେଳ ସଂଯୋଗୀକରଣ ହେବ। ଏହି ପ୍ରକଳ୍ପ ଅଧୀନରେ ୧୩୮କିମି ରେଳଲାଇନ୍‌ ବିଛାଯିବ, ଯେଉଁଥି ପାଇଁ ୨୯୬୨  କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଦ୍ବିତୀୟ ପ୍ରକଳ୍ପ ସୁନ୍ଦରଗଡ଼ରୁ ଛତିଶଗଡ଼ ଜିଲ୍ଲା ରାୟଗଡ଼କୁ ସଂଯୋଗ କରିବ। ସୁନ୍ଦରଗଡ଼ ଜିଲ୍ଲା ସରଡେଗାରୁ ଆରମ୍ଭ ହେବାକୁ ଥିବା ଡବଲଲାଇନ୍‌ ରେଳଲାଇନ ରାୟଗଡ଼ ଜିଲ୍ଲା ଭାଲୁମୁରାକୁ ସଂଯୋଗ କରିବ। ୩୭କିମି ରେଳଲାଇନ୍‌ ପାଇଁ  ୧୩୬୦ କୋଟି ଟଙ୍କା। ଓଡ଼ିଶାର ୨ଟି ସମେତମୋଟ୍‌ ୩ଟି ରେଳ ପ୍ରକଳ୍ପକୁ କେନ୍ଦ୍ର ମଞ୍ଜୁରୀ ଦେଇଛନ୍ତି। ଏହା ୪ଟି ରାଜ୍ୟର ୭ଟି ଜିଲ୍ଲାରେ ମୋଟ ୩୦୦ କିମି ରେଲଲାଇନକୁ କେନ୍ଦ୍ର କ୍ୟାବିନେଟ୍‌ ମଂଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପରେ ମୋଟ୍‌ ୬୪୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏତଦ୍‌ ବ୍ୟତୀତ କେନ୍ଦ୍ର କ୍ୟାବିନେଟ ୧୦ ରାଜ୍ୟର ୧୨ ଇଣ୍ଡଷ୍ଟ୍ରିଆଲ୍ ସ୍ମାର୍ଟ ସିଟିକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ମିଳିଛି। ୧୨ଟି ପ୍ରକଳ୍ପରେ ମୋଟ ୨୮, ୬୦୨ କୋଟି ଟଙ୍କା ପୁଞ୍ଜି ନିବେଶ ଲକ୍ଷ୍ୟ ରଖାଯାଇଛି।

Leave a Reply

Your email address will not be published. Required fields are marked *