ମହାନଗରମୁଖ୍ୟ ଖବରରାଜ୍ୟ

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

ସମ୍ବଲପୁର,୦୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଉତ୍ସବ ରିଭର ଇନ୍ ହୋଟେଲ ପ୍ରେକ୍ଷାଳୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି I ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କ ପ୍ରତିନିଧି ଦୁଷ୍ମନ୍ତ ନାଏକ I ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିନିଧି ସମୀର କୁମାର ବାବୁ ଯୋଗଦେଇ ଗୁରୁ ଦିବସର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଙ୍କ ସହ ଆୟୋଜକ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଜୟଶ୍ରୀ ଦୋରା ଏବଂ ଡ.ମୂରଲୀଧର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ I ଜିଲ୍ଲାପାଳ କଠିନ ପରିଶ୍ରମ ଦ୍ବାରା ଲକ୍ଷ୍ୟ ପୂରଣ ନିଶ୍ଚିତ ବୋଲି ଗୁରୁତ୍ତ୍ଵ ଆରୋପ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ସଭ୍ୟତା ଗଠନରେ ଶିକ୍ଷକଙ୍କ ଭୂମିକା ଅତୁଲନୀୟ ବୋଲି ଉଲ୍ଲେଖ କରିଥିଲେ I ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ସହିତ ଲେଡି ଲୁଇସ୍ ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ସୁଲଳିତ ମଧୁର ସଙ୍ଗୀତର ମୂର୍ଚ୍ଛାନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ଏହି ପବିତ୍ର ଉତ୍ସବ ଗୁରୁ ଦିବସ ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉଭୟ ପ୍ରାଥମିକ ଓ ମାଧ୍ୟମିକ ସ୍ତରରୁ ଅବସରପ୍ରାପ୍ତ ୧୫ ଜଣ ଶିକ୍ଷକ ଯଥା, ଉଦିତ କୁମାର ପାଟ୍ଟଯୋଷୀ, ଜଗବନ୍ଧୁ ବେହେରା, କୁଳଧର ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ, ପ୍ରମୋଦ କୁମାର ପଟେଲ, ଦୁର୍ଗାପ୍ରସାଦ ସାହୁ , ଫକୀର ପ୍ରଧାନ, ମହିପାଲ ସ୍ୱାଇଁ, ହରିନାରାୟଣ ପଣ୍ଡା, ଶୈଳବାଳା ନାୟକ, କୁଞ୍ଜଳତା ପ୍ରଧାନ, ସୌଦାମିନୀ ପଟେଲ, କୁଳମଣି ପଟେଲ, ନରୋତ୍ତମ ପୁରୋହିତ ଏବଂ ଗୋଦାବରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ବିଗତ ଶିକ୍ଷାବର୍ଷ ୨୦୨୩-୨୪ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଚାରୋଟି ବିଭାଗରେ ସର୍ବମୋଟ ୧୨୩୭ ଜଣ ଛାତ୍ର ଛାତ୍ରୀଙ୍କୁ ଓଡ଼ିଶା ମାଧ୍ୟମିକ ବୋର୍ଡ, କଟକ ଦ୍ଵାରା ମନୋନୀତ କରାଯାଇଥିଲା I ସମ୍ବଲପୁର ଜିଲ୍ଲା ସ୍ତରୀୟ ବିଦ୍ୟାର୍ଥୀ ମେଧାବୃତ୍ତି ପାଇଁ ୭୬ ଜଣ, ବ୍ଲକ ସ୍ତରୀୟ ବିଦ୍ୟାର୍ଥୀ ମେଧାବୃତ୍ତି ପାଇଁ ୯୪୨ ଜଣ, ଓଡ଼ିଆ ଭାଷା ବୃତ୍ତି ପାଇଁ ୨୧୦ ଜଣ, ମେରିଟ କମ୍ ସ୍କୋଲାରସିପ ପାଇଁ ୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟିତ କରିବା ପାଇଁ ଜିଲ୍ଲା ଯୋଜନା ସଂଯୋଜକ ପୁରୁଷୋତ୍ତମ ପ୍ରହରାଜ, ସଂଯୋଜକ ଅଭିନାସ ସାହୁ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଜାତା ପଟ୍ଟନାୟକ, ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ, ବିନୟ ପ୍ରକାଶ ସଏ, ଜୀବନ କିଶୋର ବରୁଆ, ରମେଶ ଚନ୍ଦ୍ର ନାଏକ, ଉଜାଗର ପ୍ରଧାନ, ସୁଶ୍ରୀ ଗୀତା ପଧାନ, ଶ୍ରୀଯୁକ୍ତ ସୁଦୀପ୍ତ ନାଏକ, ଶ୍ରୀଯୁକ୍ତ ରୁକ୍ମଣ ପ୍ରଧାନ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଶ୍ରୀମତୀ ଲୋକିତା ଦାଶ, ଶ୍ରୀମତୀ ସପ୍ତଶ୍ରୀ ମହାପାତ୍ର, ଶ୍ରୀମାନ କରନ୍ ଶର୍ମା, ଶ୍ରୀଯୁକ୍ତ ସୁଜିତ ଲୁହା, ଶ୍ରୀମତୀ ସୁମିତା ପତ୍ରୀ, ଶ୍ରୀମତୀ ଦୀପାଳି ଚୌଧୁରୀ, ଶ୍ରୀମତୀ ରାକ୍ଷୀ ମହାପାତ୍ର, ଶିକ୍ଷକ/ଶିକ୍ଷୟିତ୍ରୀ ମଧୁରିମା ମହାପାତ୍ର, ନିରଞ୍ଜନ ସିଠ, ବନବାସ ପ୍ରଧାନ, ଅସୀମ ପ୍ରଧାନ, ରାକେଶ ସାହୁ, ରଶ୍ମିରେଖା ପ୍ରଧାନ, ଦେବସ୍ମିତା ରାଉତ, ସନ୍ଦୀପ କୁମାର ସାହୁ , ଅଶୋକ କୁମାର ସାହୁ,କୁନାଲ କାଲୋ, ସରସ୍ଵତୀ ସେଠୀ, ରଞ୍ଜିତ ଗିରି,ତ୍ରିବିକ୍ରମ ରଣା, ପି.ସୁଧାଂଶୁ, ଜୟନ୍ତ ପିଙ୍ଗ, ମୀନା ବେଜି , ନେହା ଅଗ୍ରୱାଲ, ଦମୟନ୍ତୀ ପାଣ୍ଡିଆ, ଏମ.ଡି.ଯାହିରୁଦ୍ଦିନ, ମିତ୍ରଭାନୁ ସାହୁ ତଥା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଥା ସମସ୍ତ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମର ସଫଳତା ପାଇଁ ବିଶେଷ ସହଯୋଗ କରିଥିଲେ I ପରିଶେଷରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପାର୍ଥ ସାରଥୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *