ମହାନଗରମୁଖ୍ୟ ଖବରରାଜ୍ୟ

ଗଣେଷ ମୃର୍ତ୍ତି ଭସାଣି ଏବଂ ଇଦ ମିଲାଦୁନ ନାବୀ କୁ ନେଇ ଶାନ୍ତି କମିଟି ବୈଠକ

ରାଜଗାଙ୍ଗପୁର, ୧୨/୯(ଉତ୍କଳ ସମାଚାର) (ସୁବାଷ ବେହେରା): ଆସନ୍ତା 13 ତାରିଖ ରେ ପ୍ରଭୁ ଶ୍ରୀ ଗଣେଷ ମୃର୍ତ୍ତି ଭସାଣି ଉତ୍ସବ ଏବଂ ଆସନ୍ତା 16 ତାରିଖରେ ଇଦ ମିଲାଦୁନ ନବୀ ଉତ୍ସବ ପାଇଁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଥିଲା l ଏହି ଶାନ୍ତି କମିଟି ବୈଠକ ରେ ସୁନ୍ଦରଗଡ଼ ଜିଲ୍ଲା ଏସପି ପ୍ରତ୍ୟୁଷ କୁମାର ଦିୱାକାର ଯୋଗ ଦେଇ କହି ଥିଲେ ରାଜଗାଙ୍ଗପୁର ଶାନ୍ତି ଏବଂ ଭାଇଚାରା ର ସହର  ଆମେ ଶାନ୍ତିରେ ଏହି ଉତ୍ସବ କୁ ପାଳନ କରିବାକୁ ଆପଣ ମାନ ଙ୍କୁ ପରାମର୍ଶ ଦେଉଛୁ କିନ୍ତୁ ବିଶୃଙ୍ଗଳିତଙ୍କୁ କୌଣସି ପରିସ୍ଥିତି ରେ ଛାଡ଼ା ଯିବନାହିଁ l ଅସାମାଜିକ କାର୍ଯ୍ୟକରୁଥିବା ବ୍ୟକ୍ତି ଏବଂ ଅପ୍ରିୟ ଘଟଣା ଯେଉଁ ପରି ନ ଘଟେ  ଘଟିଲେ ତାର ପ୍ରତି ତୁରନ୍ତ କାର୍ଯାନୁଷ୍ଠାନ ନିଆଯିବ ସେ ସରକାରୀ ଚାକିରୀ କିମ୍ବା ବେସରକାରୀ ଚାକିରୀ ଆଉ ମିଳିବ ନାହିଁ କାହିଁକି ନା ଆମ ପାଖକୁ ତାର କୌଣସି ଅପରାଧୀ କାର୍ଯ୍ୟ ରେ ଲିପ୍ତ ଅଛି କି ନାହିଁ ତାର ତସ୍ଥ ଆମ ପାଖକୁ ମାଗିବେ ସେତେ ବେଳେ ତୁମର ଚରିତ୍ର ଲେଖି ଦେଲେ ଚାକିରୀ ମିଳିବ ନାହିଁ ବୋଲି ଚେତାବନୀ ଦେଇ ଥିଲେ l ନିର୍ଦ୍ଧାରିତ ସମୟକୁ ନେଇ ମେଢ଼ ଗୁଡିକ ଆରମ୍ଭ କରି ଶେଷ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ ଓ ଅସଳିଲ ସଙ୍ଗୀତ  ପରିବେଷଣ କରି ନୃତ୍ୟ କରିବାକୁ ଶକ୍ତ ମନାକରି ଥିଲେ l ସ୍ଥାନୀୟ ଏସ ଡି ପି ଓ ଅଭିଷେକ ପାଣିଗ୍ରାହୀ ବୈଠକ ପ୍ରାରମ୍ଭ ରେ କିପରି ଏହି ଦୁଇ ଉତ୍ସବ କୁ ଭାଇ ଚାରାରେ ଶାନ୍ତି ଶୃଙ୍ଘାଳ ର ସହ ପାଳନ କରାଯିବ ପରାମର୍ଶ ରେ ଚେତାବନୀ ଦେବା ସହ ଅନୁରୋଧ କରିଥିଲେ l ସୁନ୍ଦରଗଡ଼ ଉପ ଜିଲ୍ଲା ପାଳ ଦାଶରଥି ସରାବୋ ଯୋଗ ଦେଇ ଶାନ୍ତି ଶୃଙ୍ଘାଳା ର ସହ ପାଳନ କରା ଯାଇ ପାରିବ ତାର ଉପରେ ପରାମର୍ଶ ଦେଇଥିଲେ l ସ୍ଥାନୀୟ ତହସିଲଦାର ଜଗବନ୍ଧୁ ମଲ୍ଲିକ ଯୋଗ ଦେଇ ନିଜ ମତ ରଖିଥିଲେ l ସୁନ୍ଦରଗଡ଼ ଡି ଏସ ପି ଅମ୍ରିତା ମହାନ୍ତି ଉପନଗର ପାଳ ଏମଡି ଇରଫାନ ପୂର୍ବତନ ଉପନଗର ପାଳ ଅଶୋକ କୁମାର ଦାସ, ବରିଷ୍ଠ ବିଜେପି ନେତା ଶେଖର କୁମାର ଦଧୀଚି ନିଜ ନିଜର ମତ ବ୍ୟକ୍ତ କରିଥିଲେ l ଶାନ୍ତି କମିଟି ର ସଦସ୍ୟ,ପୌରପରିଷଦ ର କାଉନସିଲାର ପୂର୍ଣ୍ଣ ଚନ୍ଦ୍ର ରାଉତ, କୌଶଳ ସିଂ,ବୁଧ ନାରାୟଣ ସାହୁ, ସୁମନ ଶର୍ମା, ଶ୍ଵେତା କୁମାରୀ, କୌଶର ପରବି, ପି ଭି କେ କୋୟା,ସୁଧୀର ଶାହା,ଗୋବିନ୍ଦ ତନ୍ତୀ ବିଭିନ୍ନ ମଣ୍ଡପ କମିଟିର ସଦସ୍ୟ

Leave a Reply

Your email address will not be published. Required fields are marked *