ମହାନଗରମୁଖ୍ୟ ଖବରରାଜ୍ୟ

ଶିବ ନନ୍ଦ ଙ୍କୁ ଓଡ଼ିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ

ସମ୍ବଲପୁର,୨୨/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ପଶ୍ଚିମ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ଙ୍କୁ ଓଡ଼ିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଛି I ରାଜଧାନୀ ନୂଆଦିଲ୍ଲୀର ସାଇ ଇଣ୍ଟରନ୍ୟାସନାଲ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ନନ୍ଦଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରସ୍କୃତ କରିଥିଲେ I ଦିଲ୍ଲୀର ପୁରାତନ ଓଡ଼ିଆ ସଙ୍ଗଠନ ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରବୀଣ ତଥା ପ୍ରତିଭା ସମ୍ପନ୍ନ ସାମ୍ବାଦିକ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ I ପଲ୍ଲିବାଣୀ ର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ, ହିନ୍ଦୁସ୍ଥାନ ପରିଚାଳନା ସମ୍ପାଦକ ପ୍ରତାପ  ସୋମବଂଶୀ . ଆଇଏଏନ୍‌ଏସ୍‌ର କୋପ୍ରମୋଟର ସନ୍ଦିପ ବାମଜା, ଇକୋନୋମିକ ଟାଇମ୍ସର କାର୍ଯ୍ୟକାରୀ ସମ୍ପାଦକ ପ୍ରଣବ ଧଳ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *