ସୁନ୍ଦରଗଡ଼ ୫/୧୦,(ଉତ୍କଳ ସମାଚାର) ସୁନ୍ଦରଗଡ଼ ଜିଲ୍ଲାର ଯୁବପିଢ଼ିଙ୍କୁ ଅଗ୍ନିବୀର, ରାଜ୍ୟ ୟୁନିଫର୍ମଡ୍ ସର୍ଭିସ୍ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବାହିନୀରେ ନିଯୁକ୍ତି ପାଇଁ ଆହୁରି ଦକ୍ଷ ଓ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ମାସିଆ ମାଗଣା ଆବାସିକ (PRT) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପ୍ରଶିକ୍ଷଣରେ ଯୋଗଦେବା ପାଇଁ ରବିବାର ଦିନ ବଣେଇଁ, ପାନପୋଷ ଓ ସୁନ୍ଦରଗଡ଼ ଉପଖଣ୍ଡରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳର ୭୦୦ରୁ ଅଧିକ ଯୁବକ-ଯୁବତୀ ଏହି ପ୍ରବେଶିକା ପରୀକ୍ଷାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଚୟନିତ ଯୁବକଯୁବତୀମାନଙ୍କୁ ୬ ମାସ ଧରି ଆବାସିକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ସମୟରେ ନିଯୁକ୍ତି ପରୀକ୍ଷା ପାଇଁ ଆବଶ୍ୟକ ଶିକ୍ଷାଗତ ପ୍ରସ୍ତୁତି ସହିତ ଶାରୀରିକ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱଦିଆଯିବ। ଶିକ୍ଷଣ କାଳରେ ପ୍ରଶିକ୍ଷାର୍ଥୀମାନଙ୍କ ରହିବା, ଖାଇବା, ପାଠ୍ୟ ଓ ପ୍ରଶିକ୍ଷଣ ସାମଗ୍ରୀ ସମେତ ସମସ୍ତ ଆବଶ୍ୟକୀୟ ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ଏହି ପ୍ରଶିକ୍ଷଣ ସମ୍ପର୍କିତ ସମସ୍ତ ଖର୍ଚ୍ଚ ସୁନ୍ଦରଗଡ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ବହନ କରାଯିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ମାଧ୍ୟମରେ ଜିଲ୍ଲାର ଯୁବପିଢ଼ିଙ୍କୁ ପ୍ରତିରକ୍ଷା, ପୋଲିସ ଓ ଅନ୍ୟାନ୍ୟ ୟୁନିଫର୍ମଡ୍ ସର୍ଭିସ୍ରେ ନିଯୁକ୍ତି ପାଇଁ ସୁଯୋଗ ଓ ଉପଯୁକ୍ତ ପ୍ରସ୍ତୁତି ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭର ଓ ଦକ୍ଷ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ

