ସମ୍ବଲପୁର,୦୫/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସ୍ଥାନୀୟ ରାମଗଡ଼ପଡ଼ାରେ ଏକତା ମଞ୍ଚ ପକ୍ଷରୁ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଥିଲା। ନୂଆଖାଇ ପର୍ବର ଭାଇଚାରା, ଏକତା ଓ ସାମାଜିକ ସଦ୍ଭାବର ବାର୍ତ୍ତାକୁ ନେଇ ଏହି ଭେଟଘାଟରେ ଅଞ୍ଚଳବାସୀ ଏକାଠି ହୋଇଥିଲେ। ଉପସ୍ଥିତ ବ୍ୟକ୍ତିମାନେ ପରସ୍ପରକୁ ନୂଆଖାଇ ଜୁହାର ଜଣାଇବା ସହ ପର୍ବର ଶୁଭେଚ୍ଛା ବିନିମୟ କରିଥିଲେ।ଏହି ଅବସରରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୋଷ ମହାନ୍ତି, ବିଜେଡି ନଗର ସଭାପତି ବସନ୍ତ ମିଶ୍ର, ବରିଷ୍ଠ ବିଜେଡି ନେତା ସୁରବାବୁ ମେହେର, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଧର୍ମରାଜ ମରେଇ, ମନୋଜ ଖୁଣ୍ଟିଆ ଓ ଓଏଏସ୍ ଅଧିକାରୀ ତୁଳାରାମ କଲେତଙ୍କ ସମେତ ବୁଢ଼ାରଜା ଅଞ୍ଚଳର ବହୁ ବ୍ୟକ୍ତି ଯୋଗଦେଇଥିଲେ। ଏହି ଭେଟଘାଟ ଅଞ୍ଚଳବାସୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସମ୍ପ୍ରୀତିର ଭାବନାକୁ ଆହୁରି ମଜବୁତ କରିଥିଲା

