ସମ୍ବଲପୁର,୧୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ସଂଗଠନ ‘ନୀଳଚକ୍ର’ର ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ସ୍ଥାନୀୟ ଶାସନ, ଭାଲୁବାହାଲସ୍ଥିତ ଏକାମ୍ର ବିହାରଠାରେ ଆୟୋଜିତ ସଭାରେ ସଂଗଠନର ସଭାପତି ପ୍ରକୃତିବନ୍ଧୁ, କଳାରତ୍ନ ଡ. ବଂଶୀଧର କର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ସୀତାଂଶୁ ଭୂଷଣ ତ୍ରିପାଠୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୁବ ଉଦ୍ୟୋଗପତି ତଥା ସମାଜସେବୀ ବିଶାଲ ବଂଶଲ ଓ ବରିଷ୍ଠ ଶିକ୍ଷାବିତ୍ ରବିନାରାୟଣ ପଣ୍ଡା ଯୋଗ ଦେଇଥିଲେ। ସେମାନେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।ସକାଳ ୧୧ଟାରେ ଶିଳ୍ପାଞ୍ଚଳସ୍ଥିତ ଗୋପବନ୍ଧୁ ଭବନ ଓ ‘ସମାଜ’ କାର୍ଯ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସଂଗଠନର କର୍ମକର୍ତ୍ତାଙ୍କ ସହ ‘ସମାଜ’ କାର୍ଯ୍ୟାଳୟର ଶାଖା ପରିଚାଳକ ସୁଜିତ କୁମାର ପାଣିଗ୍ରାହୀ ଓ ଅନ୍ୟ କର୍ମଚାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ପାଦକ ତଥା ପ୍ରକୃତିବନ୍ଧୁ ଇଂ. ଦେବାଶିଷ ସାହୁ, ସୁଶିଲ କୁମାର ବେହେରା, ଜିବର୍ଦ୍ଧନ ରାଉତ, ଗୋପାଳ ରାଉତ, ସୁରୁବୁଇ ରାଉତ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ସାଗର ଓରାମ, ସୁବାଷ ଶର୍ମା, ଟୁନ୍ଟୁନ୍ ରତୱା, ଜୟରାମ ପ୍ରଧାନ, ଘନଶ୍ୟାମ ରତୱା, ସଚ୍ଚିଦାନନ୍ଦ ପ୍ରଧାନ, ରବିନାରାୟଣ ମିଶ୍ର, ସୁରେନ୍ଦ୍ର କୁମାର ସାହୁ, ଦେବହୂତି ସାହୁ ଓ ତପନ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ I

