ସମ୍ବଲପୁର,୧୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଓଡ଼ିଶା ପଶ୍ଚିମ ପ୍ରାନ୍ତର ୧୪ଟି ସାଙ୍ଗଠନିକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ପଦବୀରେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଏହା ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ସମର୍ଥନର ପ୍ରତିଫଳନ ବୋଲି ପରିଷଦ କହିଛି।
ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ଜେନେରାଲ୍ ସେକ୍ରେଟାରୀ ଭାବେ ବୀଣାପାଣି ମହାପାତ୍ର, ଆଥଲେଟିକ୍ ସେକ୍ରେଟାରୀ ଭାବେ ଶ୍ରୀକାନ୍ତ ମାଝୀ, ମେନ୍ସ କମନ୍ ରୁମ୍ ସେକ୍ରେଟାରୀ ଭାବେ ହେମନ୍ତ ବିଶ୍ୱାଳ ଏବଂ ସାଇନ୍ସ ସୋସାଇଟି ସେକ୍ରେଟାରୀ ଭାବେ ନିତ୍ୟାନନ୍ଦ ଦାସ ବିଜୟୀ ହୋଇଛନ୍ତି।ସେହିପରି, ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟରେ ସଭାପତି ଭାବେ ଆୟୁଷ୍ମାନ ଦାସ ଓ ଜେନେରାଲ୍ ସେକ୍ରେଟାରୀ ଭାବେ ଜୟନ୍ତୀ ଚଣ୍ଡେଲ ବିଜୟ ଲାଭ କରିଛନ୍ତି। ସମ୍ବଲପୁର ମହିଳା ମହାବିଦ୍ୟାଳୟରେ ଆଥଲେଟିକ୍ ସେକ୍ରେଟାରୀ ଭାବେ ଭାଗ୍ୟଶ୍ରୀ ଡାଲୁଆ ଏବଂ ଆସିଷ୍ଟାଣ୍ଟ ଆଥଲେଟିକ୍ ସେକ୍ରେଟାରୀ ଭାବେ ଲାବଣ୍ୟା ଗର୍ଣ୍ଣାୟକ ବିଜୟୀ ହୋଇଛନ୍ତି।ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ଆଥଲେଟିକ୍ ସେକ୍ରେଟାରୀ ଭାବେ ଶ୍ରୀତମ କୁମାର ବେହେରା, ଓମେନ୍ ରିପ୍ରେଜେଣ୍ଟେଟିଭ୍ ଭାବେ ଆର୍. ଏସ୍. ଅର୍ପିତା ବାରିକ ଏବଂ ଡେ-ସ୍କଲାର୍ ସେକ୍ରେଟାରୀ ଭାବେ ବୈଷ୍ଣବୀ ଦାସ ବିଜୟ ଲାଭ କରିଛନ୍ତି।
ଏହି ବିଜୟକୁ ନେଇ ଏବିଭିପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଛାତ୍ରସଂସଦ ନିର୍ବାଚନର ପରବର୍ତ୍ତୀ ପ୍ରକ୍ରିୟା ଏବେ ମଧ୍ୟ ବାକି ରହିଥିବାବେଳେ, ଆସନ୍ତା ୧୫ ତାରିଖରେ ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବ। ଏହାପରେ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଆହୁରି ସଫଳତା ପାଇବେ ବୋଲି ସଂଗଠନ ଆଶା ପ୍ରକାଶ କରିଛି I
