ରାଉରକେଲା ୧୦/୧୦,(ଉତ୍କଳ ସମାଚାର)ଶୁକ୍ରବାର ସନ୍ଧ୍ୟାରେ ମା ଇନ୍ଦିରା ମହିଳା ସମିତିର ରାଉରକେଲା ସିଭିଲ୍ ଟାଉନସିପ୍ ସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟ H4/13ରେ “ନୂଆଖାଇ ଭେଟଘାଟ” ନୃତ୍ୟ ଗୀତ ସହିତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମା ସମଲେଶ୍ବରୀ ନିକଟରେ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ନୂଆଖାଇ ଭେଟଘାଟରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ସ୍ମୃତି ଜେନା, ସପ୍ତମ ପାତ୍ର, ଲିପସା, ଖୁସି ପ୍ରମୁଖ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଶ୍ରୀକାନ୍ତ ଚୌଧୁରୀଙ୍କ ଦ୍ୱାରା ସଂଗୀତର ଆୟୋଜନ କରାଯାଇଥିଲା। ଏଥିରେ ସଂଗୀତ ପରିବେଷଣ କରିଥିଲେ ନନ୍ଦନ, ଡିମ୍ପଲ, ସସ୍ମିତା, ଶ୍ରୀକାନ୍ତ, ରାଜ ମିଶ୍ର। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବସ୍ତି ସୁରକ୍ଷା କମିଟିର ସଭାପତି ବୀରେନ ସେନାପତି ଯୋଗଦେଇଥିଲା ବେଳେ ସମାଜସେବୀ ସୁରେଶ ଶର୍ମା, ଛବି ମହାନ୍ତି, ଶୈଳେନ୍ଦ୍ର ମହାନ୍ତି, ପୂଜା କମିଟିର ସଭାପତି ବନବିହାରୀ ରଣା, ପ୍ଲାବନୀ ପ୍ରଧାନ, ସସ୍ମିତା ମୁଖାର୍ଜୀ, ନନ୍ଦନ ମୁଖାର୍ଜୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ପଶ୍ଚିମ ଓଡିଶାର ନୃତ୍ୟ ଗୀତ କାର୍ଯ୍ୟକ୍ରମ ସହିତ ଅତିଥିମାନଙ୍କୁ ପଶ୍ଚିମ ଓଡ଼ିଶାର ଖାଦ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। ମା ଇନ୍ଦିରା ମହିଳା ସମିତିର ସଭାପତି ପୁଷ୍ପା ଲେଙ୍କା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଭଲପାଇବାର ନିଦର୍ଶନକୁ ଆଖିରେ ରଖି ପରସ୍ପର ପ୍ରତି ଭଲପାଇବାର ଆଦାନ ପ୍ରଦାନ ଏବଂ ପଶ୍ଚିମ ଓଡିଶାର ପରମ୍ପରାକୁ ବଜାୟ ରଖିବା ସମିତିର ଉଦ୍ଦେଶ୍ଯ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମା ଇନ୍ଦିରା ମହିଳା ସମିତିର ସମ୍ପାଦିକା ଓ୍ବାଇ ହେମଲତା ଏବଂ ତାଙ୍କୁ ସହଯୋଗ କରିଥିଲେ ସଞୁଲତା ଲୀଳାବତୀ, ସୁଜାତା, ପ୍ରଭାତୀ, କ୍ରୀଷ୍ଣା ପଟେଲ, ସସ୍ମିତା ମହାନ୍ତି, ଝୁଲଣା ନାୟକ, ପିଙ୍କି, ରୀତା, ଶୋଭା, ପୁନମ, ପୂଜାଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ସଦସ୍ୟା। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମା ଇନ୍ଦିରା ମହିଳା ସମିତିର ଉପସଭାପତି ଡିମ୍ପଲ ସାହୁ ।

