ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ବରିଷ୍ଠ କ୍ୟାମେରାମ୍ୟାନ ତଥା ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଶ୍ରୀ ସୁଧାଂଶୁ କୁମାର ପୃଷ୍ଟି ଓ ସମ୍ବଲପୁର ଜିଲ୍ଲା ମୁଖ୍ୟ କେନ୍ଦ୍ରୀୟ ଔଷଧ ଭଣ୍ଡାରରେ କାର୍ଯ୍ୟରତ ଫାର୍ମାସିଷ୍ଟ ଶ୍ରୀମତୀ ମମତା ଚୌଧୁରୀଙ୍କ ଏକମାତ୍ର ପୁତ୍ର ସତ୍ୟ ସୌରଭଙ୍କ ଅକାଳ ବିୟୋଗରେ ବନ୍ଧୁ, ପରିଜନ, ଆତ୍ମୀୟ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।ସତ୍ୟ ସୌରଭଙ୍କ ସ୍ମୃତିରେ ଏକାଦଶାହ ତିଥିରେ ଶାସନ ଭାଲୁବାହାଲ ଏକାମ୍ର ବିହାରଠାରେ ଆଞ୍ଚଳିକ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଅମର ଆତ୍ମାର ସଦ୍ଗତି କାମନା କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯିବା ସହ ପୁତ୍ର ବିୟୋଗରେ ମର୍ମାହତ ପିତାମାତାଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ପାଇଁ କାମନା କରାଯାଇଥିଲା।ବିଶିଷ୍ଟ ସମାଜସେବୀ, ପରିବେଶବିତ୍ ତଥା ପ୍ରକୃତିବନ୍ଧୁ କଳାରତ୍ନ ଡ. ବଂଶୀଧର କରଙ୍କ ପରିଚାଳନାରେ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

