ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ମାନେଶ୍ୱର ବ୍ଲକର ବିଭିନ୍ନ ସ୍ଥାନ ସମେତ ସମସ୍ତ ଗ୍ରାମ ପଞ୍ଚାୟତରେ ଆଜି ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ପାଳିତ ହୋଇଛି। ଏହି ଅବସରରେ ପ୍ରସିଦ୍ଧ ହୁମା ମନ୍ଦିର ପରିସରରେ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ଅଭିଯାନରେ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ବ୍ଲକ ଅଧ୍ୟକ୍ଷା ରୁକ୍ମଣୀ ମହାନନ୍ଦ, ହୁମା ସରପଞ୍ଚ ଇଲାବତୀ ପୂଜାରୀ, ସାଂସଦଙ୍କ ପ୍ରତିନିଧି ରମେଶ ପ୍ରଧାନ, ବିଡିଓ ଚିତ୍ତରଞ୍ଜନ ମଲ୍ଲିକ, ତହସିଲଦାର ବ୍ରଜକିଶୋର ସାହୁଙ୍କ ସମେତ ବ୍ଲକ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇ ମନ୍ଦିର ପରିସର ସଫା କରିଥିଲେ।ସାର୍ବଜନୀନ ସ୍ଥାନଗୁଡ଼ିକୁ ସ୍ୱଚ୍ଛ ରଖିବା, ପରିବେଶର ସୁରକ୍ଷା କରିବା ଏବଂ ସ୍ୱଚ୍ଛତା ପ୍ରତି ଜନସଚେତନତା ବଢ଼ାଇବା ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା I

