ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): କୁଚିଣ୍ଡା ସହରସ୍ଥିତ ବାଲମତୀ ଦେହୁରୀ ନର୍ସିଂ କଲେଜର ନୂତନ ଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ଉତ୍ସବ ଆୟୋଜିତ ହୋଇଥିଲା। କଲେଜ ଅଧ୍ୟକ୍ଷା ସିଲକି ମହକିଲଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି, ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଏବଂ ଅବସରପ୍ରାପ୍ତ ଶିକ୍ଷକ ସୌଭାଗ୍ୟ ପଟେଲ ଓ ରମେଶ ପଧାନ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଅଧ୍ୟାପିକା ପଲ୍ଲବୀ ଟାଣ୍ଡିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ତନୁଶ୍ରୀ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ

