ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ପଞ୍ଚାୟତର ବନ୍ଧମାଲ ଗ୍ରାମରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଓ ସୁରକ୍ଷାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋପୀନାଥ ଝାଙ୍କରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ସ୍ୱେଚ୍ଛାସେବୀ ସଂସ୍ଥା ବସୁନ୍ଧରା, କୁଚିଣ୍ଡାର କ୍ଷେତ୍ର ସହାୟକ ଅକ୍ଷୟ କୁମାର ଦେହୁରୀ ଯୋଗଦେଇ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ।ବନ୍ଧମାଲ-ବେଲଗଡ଼ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ପାଇଁ ସେ ଗ୍ରାମବାସୀଙ୍କୁ ଶପଥ ପାଠ କରାଇଥିଲେ। ବୈଠକରେ ଗ୍ରାମର ପ୍ରତ୍ୟେକ ପରିବାରରୁ ପୁରୁଷ ଓ ମହିଳା ଯୋଗଦେଇଥିଲେ। ଗ୍ରାମବାସୀ ବେଲଗଡ଼ ଜଙ୍ଗଲରୁ ଯେଉଁ ଅଞ୍ଚଳରେ ସାମଗ୍ରୀ ସଂଗ୍ରହ କରନ୍ତି, ସେହି ଅଞ୍ଚଳର ଏକ ନକ୍ସା ମଧ୍ୟ ପ୍ରସ୍ତୁତ କରାଯାଇଥିଲା।କ୍ଷେତ୍ର ସହାୟକ ରମେଶ କୁମୁରା ସହଯୋଗ କରିଥିବାବେଳେ ମିନକେତନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ବେଲଗଡ଼ ଜଙ୍ଗଲର ଗୋଷ୍ଠୀଗତ ଅଧିକାର ହାସଲ ଓ ସୁରକ୍ଷା ପାଇଁ ବନ୍ଧମାଲ ଗ୍ରାମବାସୀ ଆଗ୍ରହ ପ୍ରକାଶ କରିଥିଲେ

