ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ୟୂପିଏସସି ପକ୍ଷରୁ ଆୟୋଜିତ ଏନଡିଏ ୨ ଲିଖିତ ପରୀକ୍ଷାରେ ସୈନିକ ସ୍କୁଲ ସମ୍ବଲପୁରର ପ୍ରଥମ ବ୍ୟାଚ୍ର ୭ ଜଣ କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇ ଏସଏସବି ସାକ୍ଷାତକାର ପାଇଁ ଯୋଗ୍ୟ ହୋଇଛନ୍ତି। ସେମାନେ ହେଲେ ସ୍ପନ୍ଦନ ନାୟକ, ଆଲୋକ ରଞ୍ଜନ, ବିନିତ ପ୍ରଧାନ, ଇଶାନ୍ତ କୁମାର ପଣ୍ଡା, ସୌମ୍ୟ ରଞ୍ଜନ ବେହେରା, ଜ୍ୟୋତି ପ୍ରକାଶ ପଣ୍ଡା ଓ ସୃଜଳ ପଣ୍ଡା I ସ୍କୁଲର ପ୍ରିନ୍ସିପାଲ୍ ୱିଙ୍ଗ କମାଣ୍ଡର ପଙ୍କଜ ରାୱତ କ୍ୟାଡେଟ୍ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ପରିଶ୍ରମ ଓ କର୍ମଚାରୀଙ୍କ ମାର୍ଗଦର୍ଶନକୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି

