ରାଉରକେଲା:୧୧.୧୦.୨୦୨୬:(ଉତ୍କଳ ସମାଚାର) । ଭାରତୀୟ ଜନତା ପାର୍ଟି ରାଉରକେଲା ସାଂଗଠନିକ ଜିଲ୍ଲା ର ପଦାଧିକାରୀ ବୈଠକ ରାଉରକେଲାସ୍ଥିତ ହୋଟେଲ ଏନ.ଏସ.ଓ ଠାରେ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା କେର୍କେଟାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଅଛି ।ବୈଠକ ରେ ଜିଲ୍ଲା ପ୍ରଭାରୀ ଶ୍ରୀ ବଟ କିଶୋର ମିଶ୍ର ,ରାଜ୍ୟ ସଂଖ୍ୟା ଲଘୁ ମୋର୍ଚା ସଭାପତି ଗୁରିନ୍ଦର ସିଂ ଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ ପ୍ରଭାରୀ ଉପସ୍ଥିତ ଥିଲେ ।ବୈଠକରେ ଜିଲ୍ଲାର ନୂତନ ପଦାଧିକାରୀ ଭାବେ ଜିଲ୍ଲା ଉପସଭାପତି ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମିଶ୍ର ଓ ଜିଲ୍ଲା ସମ୍ପାଦକ ଭାବେ ଅକ୍ଷୟ କୁମାର ଦାଶଙ୍କ ନାମ ଜିଲ୍ଲା ସଭାପତି ଘୋଷଣା କରିଥିଲେ ଏବଂ ଉଭୟଙ୍କୁ ଜିଲ୍ଲା ପ୍ରଭାରୀ ଶ୍ରୀ ବଟ କିଶୋର ମିଶ୍ର ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ ।ଜିଲ୍ଲାରେ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ସରକାରଙ୍କର ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଆଲୋଚନା ହୋଇଥିଲା । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ନିରଞ୍ଜନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି
