ପାପଡାହାଣ୍ଡି:14//10,(ଉତ୍କଳ ସମାଚାର)ଆଜି ପାପଡାହାଣ୍ଡି ଦଳେଇଗୁଡ଼ା ଧର୍ମଶାଳାଠାରେ ବିଖ୍ୟାତ ସିମେଣ୍ଟ କମ୍ପାନୀ ମାଇଁ ହୋମ ଇଂଡିସଷ୍ଟ୍ରିସ ପ୍ରାଇଭେଟ ଲିମିଟେଡ଼ ତରଫରୁ ଏକ ଗ୍ରାହକ ଠିକାଦାର ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଥିଲା। ଯେଉଁଥିରେ କମ୍ପାନୀ ପକ୍ଷରୁ ଏହାର ଉତ୍ପାଦର ଗୁଣବତା ଓ କାର୍ଯ୍ୟପଦ୍ଧତି ବିଷୟରେ ଅବଗତ କରାଯାଇଥିଲା। କମ୍ପାନୀର ପାପଡାହାଣ୍ଡି ଡିସଟ୍ରିବୁଟର ଶ୍ରୀ ଏଣ୍ଟେରପ୍ରାଇଜେସ ଆନୁକଲ୍ୟରେ ଆୟୋଜିତ ହୋଇଥିବା ଏଇ କାର୍ଯ୍ୟକ୍ରମରେ ସଲିଡ଼ କମ୍ପାନୀ ଆଞ୍ଚଳିକ ପ୍ରମୁଖ ଜଗନ୍ନାଥ ଶତପଥୀ, ଡିସଟ୍ରିବୁଟର ହରିମୋହନ ଶର୍ମା, ମୁଖ୍ୟ ବୈଷୟୀକ ଅଧିକାରୀ ସର୍ବଜିତ ଶ୍ରୀ ଚନ୍ଦନ, ନବରଙ୍ଗପୁର ଜିଲ୍ଲା ମାର୍କେଟିଙ୍ଗ ମୁଖ୍ୟ ଅଧିକାରୀ ଶଙ୍କର ସାହୁ ଏବଂ ମନୋରଞ୍ଜନ ସାହୁଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

