ସମ୍ବଲପୁର,୧୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଗଡମୁଣ୍ଡା କ୍ଲଷ୍ଟର ଅନ୍ତର୍ଗତ ତାରାନଗର ୟୁ.ପି. ସ୍କୁଲଠାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସହ-ପାଠ୍ୟକ୍ରମିକ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ‘ସୁରଭି–୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ଏଥିରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ପ୍ରବନ୍ଧ ଲେଖନ, କୁଇଜ୍, ବିତର୍କ, ସଙ୍ଗୀତ, ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ ବିଭାଗରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ଆକର୍ଷଣୀୟ ଉପସ୍ଥାପନା ଦର୍ଶକ ଓ ଶିକ୍ଷକମାନଙ୍କ ପ୍ରଶଂସା ସାଉଁଟିଥିଲା।ଗଡମୁଣ୍ଡା କ୍ଲଷ୍ଟରର ସିଆର୍ସିସି ଶ୍ରୀମତୀ ସୁପ୍ରଭା ସ୍ୱାଇଁଙ୍କ ସହ ମନୋଜ କୁମାର ଦୋରା, ଅରବିନ୍ଦ ଦାଶ, ନିହାରିକା ମୁଣ୍ଡା, ଉମେଶ ଚନ୍ଦ୍ର ସାହୁ, ଲିଙ୍ଗରାଜ ପ୍ରଧାନ, ଦୀନବନ୍ଧୁ ମୁଣ୍ଡା, ରୂପଲେଖା ନନ୍ଦ, ସୁଦର୍ଶନ ଖମାରୀ, ସବିତା ହରିପାଲ, କୀର୍ତ୍ତି କ୍ରିଷ୍ଣା ସାହୁ, ମମତା ଆଚାର୍ଯ୍ୟ, ହିତଶ୍ୱରୀ ସାହୁ, ମିନି ପ୍ରଧାନ, ତେଜସ୍ୱନୀ ମଲ୍ଲିକ, ମମତା ପଟ୍ଟନାୟକ, ସିପ୍ରା ପରିଡ଼ା, ପ୍ରମୋଦ କୁମାର ଦାଶ ଓ ସୁମନ ଶେଖର ପାଲଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଅତିଥି ଭାବେ ହୀରାକୁଦ ପାରିପାର୍ଶ୍ୱିକ ଉନ୍ନୟନ ବିଭାଗର ମୁଖ୍ୟ ଶ୍ରୀ ଆନନ୍ଦ ଚକ୍ରବର୍ତ୍ତୀ, ଉପଦେଷ୍ଟା ଶ୍ରୀ ସୁକାନ୍ତ କୁମାର ମହାପାତ୍ର, ଲପଙ୍ଗା ପାରିପାର୍ଶ୍ୱିକ ଉନ୍ନୟନ ବିଭାଗର ମୁଖ୍ୟ ଶ୍ରୀ ରବି ନିବାସ, ଶ୍ରୀମତୀ ଜୟଶ୍ରୀ ରାଓ, ଶ୍ରୀ ମିଲନ କୁମାର ସାହୁ ଓ କୁମାରୀ ରାମେଶ୍ୱରୀ ଦାଶ ଯୋଗଦେଇଥିଲେ। ସେମାନେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ଆତ୍ମବିଶ୍ୱାସ ଓ ପ୍ରତିଭାର ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଜେତାଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷାପ୍ରେମୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ଅଦନ ସୁନା ଓ ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ରମେଶ କୁମାର ମିଶ୍ର ଯୋଗଦେଇଥିଲେ I

