ରାଉରକେଲା ୧୫/୧୦,(ଉତ୍କଳ ସମାଚାର) ଚଳିତ ଅକ୍ଟୋବର ୨୦ ତାରିଖ ସନ୍ଧ୍ୟା ୬ଟା ସମୟରେ ରାଉରକେଲା ସେକ୍ଟର-୧୩ ମେଲଣ ପଡିଆରେ ଶ୍ରୀ ଦଶହରା ପୂଜା କମିଟି ପକ୍ଷରୁ ରାବଣ ଦହନ, ବିଜୟା ଦଶମୀ ଉତ୍ସବ ଏବଂ ଶ୍ରୀରାମଙ୍କ ରାଜ୍ୟାଭିଷେକ ଉତ୍ସବ ସମେତ ଆତିସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଗୁରୁବାର ଦିନ ଲୋରେଟୋ ଇଂରାଜୀ ସ୍କୁଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦଶହରା ପୂଜା କମିଟିର ସଂଯୋଜକ ସୁରେଶ କେଜରିୱାଲ ଏବଂ ସଭାପତି ରାହୁଲ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ୨୦୨୬ ଅକ୍ଟୋବର ୨୦ ତାରିଖ ସନ୍ଧ୍ୟା ୬ଟାରେ ରାଉରକେଲାର ସେକ୍ଟର-୧୩ ସ୍ଥିତ ମେଲଣ ପଡିଆରେ ରାବଣ ଦହନ, ବିଜୟାଦଶମୀ ଉତ୍ସବ ଏବଂ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ସହିତ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କମିଟିର ସଂଯୋଜକ ସୁରେଶ କେଜରିୱାଲ ଆହୁରି ସୂଚନା ଦେଇଥିଲେ ଯେ, ଚଳିତ ବର୍ଷ କମିଟିର ସଭାପତି ଭାବେ ରାହୁଲ ଅଗ୍ରୱାଲଙ୍କୁ, ସମ୍ପାଦକ ଭାବେ ପବନ ଖେମାନୀଙ୍କୁ ଏବଂ କୋଷାଧ୍ୟକ୍ଷ ଭାବରେ ଗୌରବ ସିଂଘଲଙ୍କୁ ନିର୍ବାଚିତ କରାଯାଇଛି। ଚଳିତ ବର୍ଷ ରାବଣ ଦହନ, ବିଜୟାଦଶମୀ ଉତ୍ସବ ଏବଂ ଭଗବାନ ରାମଙ୍କ ରାଜ୍ୟାଭିଷେକ ସମେତ ଆତିସବାଜି ଅକ୍ଟୋବର ୨୦ରେ ମେଲଣ ପଡିଆରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପାଇଁ ଆଗ୍ରାର କାରିଗର ଶୌକତ ଅଲି ଏବଂ ନିଯୁକ୍ତ ଅଲିଙ୍କ ଦ୍ୱାରା ୫୫ ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ଏବଂ ୫୦ ଫୁଟ କୁମ୍ଭକରଣ ନିର୍ମାଣ କରାଯାଇଛି। ଏଥିସହିତ ଏହି ଉତ୍ସବରେ ରଙ୍ଗୀନ ଆତସବାଜି, ଫାଯାର କ୍ରେକର ଏବଂ ଡିଜିଟାଲ୍ ଆଲୋକମାଳା ପ୍ରଦର୍ଶନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସଭାପତି ପବନ ଅଗ୍ରୱାଲ, ଲଲିତ କେଜ୍ରିୱାଲ, ହର୍ଷ ଖେଦାରିଆ, ବିବେକ ପୋଦ୍ଦାର, ଦର୍ଷିତ ଠକ୍କର, ଗୌରବ ଅଗ୍ରୱାଲ, ପ୍ରତୀକ ଅଗ୍ରୱାଲ, ଅର୍ମେନ୍ଦର ଚୌଧୁରୀ, କିସନ ଅଗ୍ରୱାଲ, ଦେବାଂଶ ଅଗ୍ରୱାଲ, ଭବାନୀ ସମାଲ, ରାହୁଲ ଅଗ୍ରୱାଲ, ସୌରଭ ଗୁପ୍ତାଙ୍କ ସମେତ ସଦସ୍ୟ ଉପସ୍ଥିତ ଥିଲେ। ରାବଣ ଦହନ ଏବଂ ବିଜୟାଦଶମୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ଦିଲୀପ ରାୟ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀର୍ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଡୱାନୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଦଶହରା ପୂଜା କମିଟି ପକ୍ଷରୁ ସେକ୍ଟର-୧୩ ମେଲଣ ପଡିଆରେ ଆୟୋଜିତ ହେବାକୁ ଥିବା ରାବଣପୋଡି, ଦଶହରା ଉତ୍ସବ ଏବଂ ଶ୍ରୀରାମଙ୍କ ରାଜ୍ୟାଭିଷେକ ସହିତ ଆତସବାଜି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକ ଯୋଗଦେବାକୁ ଆମନ୍ତ୍ରିତ କରାଯାଇଛି। |

