କେନ୍ଦୁଝର:16//10,(ଉତ୍କଳ ସମାଚାର)ଓସାକ୍ସ ଭୁବନେଶ୍ବର ଓ ଜିଲ୍ଲା ସ୍ୱାସ୍ଥ୍ୟସମିତି କେନ୍ଦୁଝର ଙ୍କ ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା ସଦରମହକୁମା ମୁଖ୍ୟ ଡାକ୍ତରଖାନା ପରିସରରେ ରେଡ ରନ ୨.୦ ଜିଲ୍ଲା ଆଇଇସି ସଂଯୋଜକ ବ୍ରହ୍ମାନନ୍ଦ ସାହୁ ଙ୍କ ନେତୃତ୍ବରେ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି , ପ୍ରାତଃରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନକ ଦ୍ବାରା ଏକ ଏଡ଼ସ ଏଚଆଇଭି ସଚେତନ ଗଣଦୌଡ ଡାକ୍ତରଖାନା ପରିସରରୁ ଏଡିପିଏଚଓ ଡାକ୍ତର ବସନ୍ତ ପାତ୍ର ଙ୍କ ଦ୍ବାରା ଶୁଭାରମ୍ଭ ହୋଇ ସହର ପରିକ୍ରମା କରିଥିଲା ,ଏଥିରେ ପୁରୁଷ ବର୍ଗ ରୁ ସଞ୍ଜୟ ହାସଦା ,ନୀଳାଞ୍ଚଳ ବାଗ ,ମନ୍ମଥ ମହାନ୍ତ ,ସୁରଜ୍ୟ ମାଝୀ ,ପରେଶ ମୁଣ୍ଡା ,ମହିଳା ବର୍ଗରୁ ଲକ୍ଷ୍ମୀ ପ୍ରିୟା ବାରିକ ,ସୁପୀ ଦେହୁରି ,ସନ୍ତୋଷି ମୁଣ୍ଡା ,ସିଲା ନାଏକ ,ସୁଜାତା ନାଏକ ସଫଳତା ଲାଭ କରି ରାଜ୍ୟ ସ୍ତରୀୟ ମାରଥନ ରେ ଭାଗନେବାକୁ ଜିଲ୍ଲାକୁ ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି ,ଗଣଦୌଡ ପରେ ଏଏନଏମ ଟ୍ରେନିଂ ସଭାକକ୍ଷ ରେ ଜିଲା ରେଡକ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କ୍ଷୁଦ୍ର ସଭାରେ ଜିଲ୍ଲା ମୁଖ୍ୟ ଚିକିସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ଵର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଡ଼ସ ସଚେତନତା ପାଇଁ ଗଣ ଦୌଡ ରେ ଭାଗ ନେଇଥିବା ଯୁବ ସମାଜ କୁ ଉଦ୍ବୋଧନ ଦେଇ ଏକ ଆମ୍ବାସଡାର ଭାବେ କାମ କରିବାକୁ ଆହ୍ବାନ ଦେଇଥିଲେ , ଏବଂ କୃତିତ୍ଵ ହାସଲ କାରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ ,ଡିପିଏଚଓ ଡାକ୍ତର ପୁରୁଷୋତ୍ତମ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଜିର ଯୁବ ବର୍ଗ ଏଡ଼ସ କବଳରୁ ନିଜକୁ ରକ୍ଷା କରି ଅନ୍ୟ ମାନକୁ ମଧ୍ୟ ସଚେତନ କରାଇ ଏକ ସୁସ୍ଥ ସମାଜ ଗଠନରେ ସେନାପତି ହେବାକୁ ପରାମର୍ଶ ଦେଇଥିଲେ । ଡିପିଏଚସିଓ ଭରତ ସାହୁ ଯୁବକ ଯୁବତୀ ମାନକ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ପରିପ୍ରକାଶ ଦେଖି ସେମାନକୁ ସାଧୁବାଦ ଜ୍ଞାପନ କରିଥିଲେ ,ଚନ୍ଦନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ , ଜୁନିଅର ରେଡ଼କ୍ରସ କାଉଁସିଲର ପ୍ରଶାନ୍ତ ପରିଡ଼ା ,ଏନ ଏସିପି ସ୍ଟାଫ୍ ,ଟାଉନ ପୁଲିସ ବାହିନୀ ସମ୍ପୂର୍ଣ ସହଯୋଗ କରିଥିଲେ ,

