ପାପଡାହାଣ୍ଡି ତା 16/10/26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ପରିସରରେ ସେବାସେତୁ ଅଭିଯାନ ଓ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଭଗବାନ ଙ୍କୁ ପୂଜା କରି ସେବସେତୁ କାର୍ଯ୍ୟକ୍ରମ ଆରମ୍ଭ କରାଗଲା ଏଥିରେ .ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ଯୁକ୍ତ ବଳଭଦ୍ର ମାଝୀ, ଆଜି ସଭାପତି ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ କପିଳଦେବ ସାହୁ, ମୁଖ୍ୟ ବକ୍ତା ଭାବେ ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା,, ସି ଡି ପି ଓ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ଦାସ, ଓ ଉପନିର୍ବଦ୍ଧକ ଶ୍ରୀ ଶରତ ଚନ୍ଦ୍ର ପାଣିଗ୍ରାହୀ ପ୍ରଭୁତି ମଞ୍ଚାସିନ ଥିଲେ l ବକ୍ତା ମାନେ ସେବାସେତୁ କିପରି ବହୁ ଲୋକ ଙ୍କୁ ଭତା, ଆବାସ ଯୋଜନା,ରାସନ କାର୍ଡ, ଆୟୁସ୍ମାନ କାର୍ଡ, କୃଷକ କାର୍ଡ ପ୍ରଭୁତି ତେରଟି ଯୋଜନା ବିଷୟରେ କହିଥିଲେ ଆଜି ଲୋକଙ୍କୁ ଲେବର କାର୍ଡ ଓ ରାସନ କାର୍ଡ ବଣ୍ଟନ କରାଯାଇଥିଲା l ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ରେ 14ଟି ଦଳ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ, ଓଡୋଶୀନୃତ୍ୟ ଓ ବିଭିନ୍ନ ପ୍ରକାର ରଙ୍ଗୋଲି ଅଙ୍କନ କରିଥିଲେ ସେମାନଙ୍କ ମଧ୍ୟରୁ ଓ ଏ ଭି ଆଦର୍ଶ ବିଦ୍ୟାଳୟ ପ୍ରଥମ, ଅଙ୍ଗନବୱାଡି ଗ୍ରୁପ ଦ୍ୱିତୀୟ ଓ ସେଲ୍ଫହେଲ୍ପ ର ମାମାନେ ତୃତୀୟ ହୋଇଥିଲେ ଓ ଅନ୍ୟମାନେ ମଧ୍ୟ ପୁରସ୍କୃତ ହେଲେ ସେଠାରେ ସାଂସଦ ପ୍ରତିନିଧି ଶ୍ରୀ ସୋମନାଥ ପୂଜାରୀ, ଜି ପି ଡି ଓ ଶ୍ରୀ କମଳେନ୍ଦୁ ଦାସ, ବି ପି ସି ପେସା ଶ୍ରୀ ଗିରିଜା ପ୍ରସାଦ ଦଳେଇ, ବି ପି ଏମ ଶ୍ରୀ ସୁଧାଂଶୁ ବିଶ୍ୱାଳ, ବି ଏଲ ସି ଶ୍ରୀମତୀ ସନ୍ଧ୍ୟା ରାଣୀ ବିଷୋୟୀ, ପି ଏଲ ଭି ସଭ୍ୟ ଶ୍ରୀ ରାଜକିଶୋର ରାଓ, ସମବାୟ ନିରୀକ୍ଷକ ଶ୍ରୀ ସୁମନ୍ତ କୁମାର ବେହେରା, ଏ ଇ ଇ ଶ୍ରୀ ଅଭିମନ୍ୟୁ ବେହେରା, ଶ୍ରୀ ଦୀନବନ୍ଧୁ ବିଷୋୟୀ, ଶ୍ରୀ ତ୍ରିନାଥ ଅମନାତ୍ୟ ଓ ହରିଶ ପାଣିଗ୍ରାହୀ ପ୍ରଭୁତି ଉପସ୍ଥିତ ଥିଲେ ମଞ୍ଚପରିଚାଳନାକରିଥିଲେ weo ଶ୍ରୀ ଦେବବ୍ରତ ପରିଡା ଏହି କାର୍ଯ୍ୟକ୍ରମ ରେ ଶିକ୍ଷା, କୃଷି, ପ୍ରାଣିସମ୍ପଦ o ସ୍ୱାସ୍ଥ୍ୟ ଷ୍ଟାଲ ପ୍ରଦଶିତ ହୋଇଥିଲା

