ରାଉରକେଲା ୧୭/୧୦,(ଉତ୍କଳ ସମାଚାର) ଇସ୍ପାତ ସହର ରାଉରକେଲାର ସେକ୍ଟର-୧୬ ସାର୍ବଜନୀନ ଦୁର୍ଗା ପୂଜା କମିଟି ଦ୍ୱାରା ବିଶାଳ ପରୀ ମହଲ ପୂଜାମଣ୍ଡପରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ସହିତ ସହରର ୧୦୯ ମଣ୍ଡପରେ ଦେବୀଙ୍କ ପୂଜା ଆରମ୍ଭ ହୋଇଛି।ରାଉରକେଲା ସହରର ତରକେରା ଦୁର୍ଗାପୂଜା କମିଟି ଦ୍ୱାରା ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ କରାଯାଉଥିବା ବେଳେ ଫର୍ଟିଲାଇଜର ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ସେହିପରି ପାନପୋଷ, ରିଜର୍ଭ ପୋଲିସ୍ ଲାଇନ୍, ସିଭିଲ୍ ଟାଉନସିପ୍, ଏସଟିଆଇ, ଆଇଟିଆଇ, ଉଦିତନଗର, ଡେଲି ମାର୍କେଟ, ପ୍ଲାଣ୍ଟସାଇଟ୍, ମଧୁସୂଦନ ଚୌକ ସମେତ ବାସନ୍ତୀ କଲୋନୀ, କଳିଙ୍ଗବିହାର, ଛେଣ୍ଡ କଲୋନୀ, ସେକ୍ଟର-୧୩, ସେକ୍ଟର-୧୪, ସେକ୍ଟର-୧୫, ସେକ୍ଟର-୧୭, ସେକ୍ଟର-୧୮, ସେକ୍ଟର-୧୯, ଟେଲିଫୋନ୍ ଭବନ, ଇସ୍ପାତ ମାର୍କେଟ, ସେକ୍ଟର-୨୦, ସେକ୍ଟର-୨୧ ସହ ସେକ୍ଟର-୧, ସେକ୍ଟର-୨, ସେକ୍ଟର-୩, ସେକ୍ଟର-୪, ସେକ୍ଟର-୫, ସେକ୍ଟର-୬, ସେକ୍ଟର-୭ ସେକ୍ଟର-୮ ଏବଂ ସେକ୍ଟର-୯ରେ ଆଡମ୍ବର ସହିତ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି। ଏଥିସହିତ ବନ୍ଧମୁଣ୍ଡା ଏବଂ ଲାଠିକଟାରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି।ବିଭିନ୍ନ ପୂଜା କମିଟି ପକ୍ଷରୁ ଆଜି ମା’ଙ୍କ ତପଷଷ୍ଠୀରେ ବିଲ୍ବବରଣ ସହିତ ଆରମ୍ଭ ହୋଇଛି। କେତେକ ପୂଜା ମଣ୍ଡପରେ ମହାସପ୍ତମୀ ପୂଜା ଆଜି ରାତିରେ ଅନୁଷ୍ଠିତ ହେଉଛି।

