ନବରଙ୍ଗପୁର:21//10,(ଉତ୍କଳ ସମାଚାର) ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ ବିକ୍ରୟ ସମ୍ପର୍କରେ କୌଣସି ସୂଚନା ବା ଅଭିଯୋଗ ଥିଲେ, ଜନସାଧାରଣ ନିମ୍ନଲିଖିତ ଯୋଗାଯୋଗ ନମ୍ବରରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟକୁ ଜଣାଇପାରିବେ। ଅଭିଯୋଗ ନିମନ୍ତେ ଯୋଗାଯୋଗ ନମ୍ବର:+୯୧ ୮୯୧୭୩ ୩୯୦୬୦ ଯୋଗାଯୋଗ ଅଧିକାରୀ: ଶ୍ରୀ ତ୍ରିଲୋଚନ ବୋତ୍ରାପଦବୀ: କନିଷ୍ଠ କିରାଣୀକାର୍ଯ୍ୟାଳୟ: ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ନବରଙ୍ଗପୁର।ବେଆଇନ ମଦ ବିକ୍ରୟକୁ ରୋକିବା ଏବଂ ଏହା ବିରୋଧରେ ଆଇନାନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣ ଏ ସମ୍ପର୍କିତ ସଠିକ୍ ସୂଚନା ଓ ଅଭିଯୋଗ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଉଛି।ଜିଲ୍ଲାରେ ବେଆଇନ ମଦ ବିକ୍ରୟ ନିୟନ୍ତ୍ରଣ କରିବା ସହ ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ଦିଗରେ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ। ତେଣୁ ଏହି ସୂଚନାକୁ ଜିଲ୍ଲାର ସମସ୍ତ ଅଞ୍ଚଳରେ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରିବାକୁ ଅନୁରୋଧ କରାଯାଉଛି।ଜନସ୍ୱାର୍ଥରେ ଜାରି।ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ନବରଙ୍ଗପୁର
